ବ୍ରହ୍ମପୁର ମୋ ନିୟୁଜ ଓଡିଶା କଂଗ୍ରେସ ଅଫିସ୍ ଛକ ବିଜିପୁର ବନ୍ଧ ପାର୍ଶ୍ୱ ରେ ମ୍ୟୁନିସପାଲିଟି ଗେଷ୍ଟ ହାଉସର ପଛପଟେ ଭଗବାନ ବୁଦ୍ଧଙ୍କର ଏକ ପ୍ରତିମୂର୍ତ୍ତି ବ୍ରହ୍ମପୁର ପୌର ପରିଷଦ ଦ୍ଵାରା ସ୍ଥାପନ କରାଯାଇଥିଲା ।ବହୁ ବୌଦ୍ଧ ଧର୍ମାଲମ୍ବି ସହିତ ସାଧାରଣ ଲୋକ ମଧ୍ୟ ଭଗବାନ ବୁଦ୍ଧ ଙ୍କୁ ଦର୍ଶନ କରୁଥିଲେ । ଇତି ମଧ୍ୟରେ ଗତ କିଛଦିନ ହେଲା ଉକ୍ତ ମୂଲ୍ୟବାନ ଭଗବାନ ବୁଦ୍ଧ ଙ୍କ ମୂର୍ତ୍ତି କୁ କୌଣସି ଦୁବୃତ୍ତ୍ ମନ୍ଦ ଉଦ୍ଦେଶ୍ୟ ରଖି ତାକୁ ଚୋରି କରି ନେଇଯାଇଛି ।ଘଟଣାକୁ ନେଇ ସୋମବାର ପୂର୍ବାହ୍ନ ୧୧ ଘଣ୍ଟା ୩୦ ମିନିଟ ସମୟରେ ବ୍ରହ୍ମପୁର ଟାଉନ୍ ଥାନାରେ ଏତଲା ଦିଆଯାଇଛି। ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଏତଲା ଦିଆଯାଇଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅପରାଧି ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି। ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ଯ ପୀତବାସ ପଣ୍ଡାଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ରହି ଦାବି କରିଛନ୍ତି ।