ମୋହନା ବ୍ଲକରେ ବିପର୍ଯୟ ମୁକାବିଲା ନିମନ୍ତେ ବୈଠକ ଅନୁଷ୍ଠିତ ।

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମୀରପାଢୀ/୧୮/୬/ ,ପ୍ରାକୃତିକ ବିପର୍ଯୟ ଏମିତି ଏକ ବିପଦ ଯାହାକି ଯେକୌଣସି ମୁହୂର୍ତ୍ତ ରେ ମଧ୍ୟ ଆସିପାରେ ତେଣୁ ଆଗକୁ ଆସୁଥିବା ବର୍ଷା ଋତୁକୁ ଦୃଷ୍ଟିରେ ରଖି ମୋହନା ବ୍ଲକରେ ବିପର୍ଯୟ ମୁକାବିଲା ନିମନ୍ତେ ଏକ ବୈଠକ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ବୈଠକ ଗୃହ ମଧ୍ୟରେ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ପ୍ରାକୃତିକ ବିପର୍ଯୟ ଆସିବା ସମ୍ଭାବନାକୁ ଆମେ ରୋକି ପରିବା ନାହିଁ କିନ୍ତୁ ସତର୍କତା, ସଚେତନତା ଓ ପୂର୍ଵ ପ୍ରସ୍ତୁତି ହୋଇଥିଲେ ଧନ ଜୀବନ ହାନି ଓ କ୍ଷୟକ୍ଷତିକୁ ରୋକିବା କୁ ଆମେ ସକ୍ଷମ ହୋଇ ପରିବା କଥା ଉପସ୍ଥିତ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରକାଶ କରିଥିଲେ ।ବିପର୍ଯୟ ମୁକାବିଲା କରିବା ପାଇଁ ସମସ୍ତ ଅନୁଭବ, ଅଭିଜ୍ଞତା, ବୈଷୟିକ ଓ ବୈଜ୍ଞାନିକ ପଦ୍ଧତି ଆପଣେଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଅଧିକାରୀ ମାନେ ବିଭିନ୍ନ ଉପକରଣ ଓ ତାର ବ୍ୟବହାର ସମ୍ପର୍କରେ ବୁଝାଇଥିଲେ। ବ୍ଲକ ପରିସର ମଧ୍ୟରେ ମକ ଡ୍ରିଲ କାର୍ଯ୍ୟକ୍ରମ କରି ବିପର୍ଯୟ ମୁକାବିଲା କରିବା ପାଇଁ ଗଛିତ ଥିବା ବିଭିନ୍ନ ସରଞ୍ଜାମ ଗୁଡିକୁ ଯାଞ୍ଚ କରି ସେଗୁଡିକୁ ସଚଳ କରିବାକୁ ପ୍ରୟାସ କରାଯିବ ବୋଲି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ଦାସ ପ୍ରକାଶ କହିଥିଲେ।ଏହି ବୈଠକରେ ବ୍ଲକ ଇଲାକାରେ ରହୁଥିବା ବିଭିନ୍ନ କାର୍ଯ୍ୟାଳୟ ର ଅଧିକାରୀ ମାନେ ଉପସ୍ଥିତ ରହିବା ସଙ୍ଗେ ସ୍ଵେଚ୍ଛାସେବୀ ସଂସ୍ଥାର କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

Post a Comment

Previous Post Next Post