ଆର୍ଯ୍ୟଭଟ୍ଟ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

 


(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ବିଶ୍ଵ ପରିବେଶ ଦିବସର ପୂର୍ବାହ୍ନରେ ଆର୍ଯ୍ୟଭଟ୍ଟ, ବ୍ରହ୍ମପୁର ସ୍ଵେଚ୍ଛାସେବୀ ମାନେ ଅନୁଷ୍ଠାନ ର ମୂଖ୍ୟ ସୁଧିର ରାଉତ ଙ୍କ ନେତୃତ୍ଵରେ ୠଷିକୁଲ୍ୟା ମୁହାଣରେ ଋଷିକୁଲ୍ୟା ସୁରକ୍ଷା ପାଇଁ ଆୟୋଜିତ ସ୍ଥାନୀୟ ବାତ୍ୟା ଆଶ୍ରୟ ସ୍ଥଳରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ।ସେଠାରେ ୨୪ ଘଣ୍ଟିଆ ଅନଶନରତ ବିଶ୍ଵବିଖ୍ୟାତ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ଙ୍କ ଅନଶନ କମଳା ରସ ଦେଇ ଭଙ୍ଗ କରିଲା ପରେ ସାଧାରଣ ଜନତାଙ୍କୁ ପରିବେଶ ସୁରକ୍ଷାକରିବା ସହ ଋଷିକୁଲ୍ୟା କୁ ସୁରକ୍ଷା ଦେବାପାଇଁ ସୁଧୀର ରାଉତ ଓ ଆର୍ଯ୍ୟ ଭଟ୍ଟ ର ବରିଷ୍ଠ ସ୍ଵେଚ୍ଛାସେବୀ  ଶ୍ୟାମ ସୁନନ୍ଦର ଖାଡଙ୍ଗା ଆହ୍ଵାନ ଦେଇଥିଲେ। ଏହି ବର୍ଷ ଲଣ୍ଡା ପାହାଡ଼ ସହ ଋଷିକୁଲ୍ୟା କୂଳ ବନୀକରଣ କାର୍ଯ୍ୟକ୍ରମ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ହାତକୁ ନେଇଛି । ଏହି କ୍ରମରେ ଋଷିକୁଲ୍ୟା କୂଳରେ ବରଗଛ ରୋପଣ କରିବା ସହ ଶତାଧିକ ମଞ୍ଜିରୋପଣ କରି ଋଷିକୂଲ୍ୟା କୂଳ ବନୀକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା ।

Post a Comment

Previous Post Next Post