ଢେଙ୍କାନାଳ ମୋ ନିୟୁଜ ଓଡିଶା , ୧୨/୬: ଢେଙ୍କାନାଳ ସହର ଦୋଳମଣ୍ଡପସାହି ରାଧାକୃଷ୍ଣ ବଜାରସ୍ଥିତ ମା’ମଙ୍ଗଳା ମନ୍ଦିରର ପ୍ରଥଣ ଜନ୍ମ ବାର୍ଷିକୀ ଉତ୍ସବର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୁରୁପୂଜା, ଗୋ-ପୂଜା, ମହାସ୍ନାନ, ଦେବୀଙ୍କ ଷୋଡଶ ଉପଚାର ପୂଜା, ହବନ, ଆଳତୀ, ସପ୍ତଚଣ୍ଡୀ ଆହୁତୀ ଓ ଗୀତା ପାଠ କରାଯାଇଥିଲା । ୧୨ ତାରିଖରେ ପୂର୍ଣାହୁତି ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଥିଲା I ପୂଜକ ରୁଦ୍ରନାରାୟଣ କବିଶତପଥୀ, ମନ୍ଦିର ପୂଜକ ପଂଚାନନ ବେହେରା, ସୁଧାକର ଷଣ୍ଢ, ଜିତେନ୍ଦ୍ର ଦାଶ, କର୍ତା ତଥା ଅନୁଷ୍ଠାନର ସଭାପତି ଗଦାଧର ଷଣ୍ଢ ଓ କର୍ତୀ ଝୁନୁ ଷଣ୍ଢ ସମସ୍ତ ପୂଜା କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ବଟକୃଷ୍ଣ ବେହେରା, ସୁଧାକର ବେହେରା, ଗୋବିନ୍ଦ ଷଣ୍ଢ, ଦୁଃଶାସନ ଦାସ, ରୋହିଣୀ ଦାସ, ଧରଣୀଧର ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।
Tags:
ଆଞ୍ଚଳିକ



