(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସ୍ଥାନୀୟ ପ୍ରକାଶମ ହଲ ପରିସରରେ ଶିଶୁବାର୍ତ୍ତା ତରଫରୁ ବିଂଶତମ ନୃତ୍ୟ ସଂଗୀତ ସମାରୋହ - 2024 ଅନୁଷ୍ଠିତ ହୋଇଯାଇଛି l ଶିଶୁବାର୍ତ୍ତାର ସମ୍ପାଦକ ମାନସ ଦାସ ଓ ସଂଯୋଜକ ସୂର୍ଯ୍ୟପାତ୍ର ଙ୍କ ତତ୍ୱାବଧାନରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏଥିରେ ଅତିଥିରୂପେ ଡା. ସୁର୍ଜିତ ପାଣିଗ୍ରାହୀ, ଏନ. ହାଡୁପାତ୍ର, ଶ୍ୟାମା ପ୍ରସାଦ ପାଢ଼ୀ, ବଳରାମ ଦାସ, ଡା. ତିରୁପତି ସାହୁ ଏବଂ ମାଧବ ଜେନା, ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ଏଠାରେ ବହୁ ଗାୟକ ଗାୟିକା କଣ୍ଠଦାନ କରିବା ସହ ନୃତ୍ୟ ପରିବେଷଣ କରିଥିଲେ l କୁନି ନୃତ୍ୟଶିଳ୍ପୀ ଆରାଧ୍ୟା ଓ ତାଙ୍କ ସାଥୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ସମସ୍ତଙ୍କୁ ଉତ୍ସାହିତ କରିଥିଲା l ସମସ୍ତ କଳାକାର ମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ଉତ୍ସାହିତ କରାଯାଇଥିଲା l ଏଥିରେ ଶିଶୁ ବାର୍ତାର ବହୁ କର୍ମକର୍ତା ସହଯୋଗ କରିଥିଲେ l