ଗଜପତି -:
ତା 11/6/24, ସାରା ଓଡିଶାରେ ବିଧାନସଭା ଓ ସାଂସଦ ନିର୍ବାଚନ ସରି ଫଳାଫଳ ଘୋଷଣା ସରିଛି. ଏହି ଫଳାଫଳ ଘୋଷଣା ପରେ ଗଜପତି ଜିଲ୍ଲା ରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରମୁଖ ତିନି ଦଳ ଯଥା ବିଜେପି , କଂଗ୍ରେସ ଓ ବିଜେଡି ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦୀ ଲାଗି ରହି ଅଳ୍ପ ଅଳ୍ପ ଭୋଟ ବ୍ୟବଧାନ ରେ ପାରଳାଖେମୁଣ୍ଡି ବିଧାୟକ ଭାବେ ବିଜେଡି ଦଳରୁ ଇଂ ରୁପେଶ ପାଣିଗ୍ରାହୀ, ମୋହନା ବିଧାୟକ ଭାବେ କଂଗ୍ରେସ ଦଳରୁ ଦାଶରଥୀ ଗମାଙ୍ଗ ଓ ବ୍ରହ୍ମପୁର ସଂସଦୀୟ କ୍ଷେତରେ ବିଜେପି ଦଳର ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ବହୁମତ ପାଇ ଜୟଯୁକ୍ତ ହୋଇଛନ୍ତି. ଭୋଟର ମାନଙ୍କ ଗ୍ରହଣୀୟତାକୁ ଦୃଷ୍ଟି ଦେଲେ ସାଂସଦ ପ୍ରାର୍ଥୀ ବିଜେପି ଦଳକୁ ବହୁମତ ଦେଇଥିବା ବେଳେ ମୋହନା ରେ କଂଗ୍ରେସ ଓ ପାରଳାଖେମୁଣ୍ଡିରେ ବିଜେଡି ଦଳକୁ ସମର୍ଥନ ଜଣେଇଛନ୍ତି.ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ସାଂସଦ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ଆସନରୁ ବିଜେଡି ଓ କଂଗ୍ରେସ ଠାରୁ ଅଧିକ ଭୋଟ
ପାଇଛନ୍ତି. ବିଜେପି ସାଂସଦ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଏହି ଦୁଇ ନିର୍ବାଚନ ମଣ୍ଡଳୀରୁ 1.2 ଲକ୍ଷ ଭୋଟ ପାଇଥିବା ବେଳେ କଂଗ୍ରେସ ସାଂସଦ ପ୍ରାର୍ଥୀ ରଶ୍ମି ରଞ୍ଜନ ପଟନାୟକ ଏକ ଲକ୍ଷ ଭୋଟ ପାଇ ଦ୍ଵିତୀୟ ସ୍ଥାନ ରେ ରହିବା ବେଳେ ବିଜେଡି ଦଳର ପ୍ରାର୍ଥୀ ଭୃଗୁ ବକ୍ସ ପାତ୍ର 85 ହଜାର ଭୋଟ ପାଇ ତୃତୀୟ ସ୍ଥାନ ରେ ଅଛନ୍ତି । ସେହିପରି ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ସର୍ବାଧିକ 56,027 ଭୋଟ ପାଇଛନ୍ତି.2019 ମସିହା ସାଧାରଣ ନିର୍ବାଚନରେ ବିଜେଡି ଦଳ 25,500 ଭୋଟ ପାଇଥିବା ବେଳେ ଏହି ନିର୍ବାଚନ ରେ ଭୋଟ ପ୍ରତିଶତ ଦୁଇ ଗୁଣରୁ ଅଧିକ ହୋଇଛି. ଦ୍ଵିତୀୟ ସ୍ଥାନ ପାଇଥିବା ବିଜେପି ଦଳ ଚଳିତ ନିର୍ବାଚନରେ 52,029 ଭୋଟ ପାଇଥିବା ବେଳେ 2019 ନିର୍ବାଚନ ରେ 52,415 ଭୋଟ ପାଇଛନ୍ତି.ଏହି ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ବିଜୟ ପଟନାୟକ 35 ହଜାର ଭୋଟ ପାଇଥିବା ବେଳେ 2019 ମସିହା ନିର୍ବାଚନରେ ସୂରିୟା ରାଓ 24 ହଜାର ଭୋଟ ପାଇଥିଲେ.
ମୋହନା ବିଧାନସଭା ଆସନରେ କଂଗ୍ରେସ ଦଳ ପ୍ରାର୍ଥୀ ଦାଶରଥି ଗମାଙ୍ଗ 62,117 ଭୋଟ ପାଇଥିବା ବେଳେ ବିଜେପି ଦଳର ପ୍ରଶାନ୍ତ ମଲ୍ଲିକ 58,058 ଭୋଟ ପାଇ ଦ୍ଵିତୀୟ ସ୍ଥାନ ଓ ବିଜେଡି ଦଳର ଅନ୍ତର୍ଜାମୀ ଗମାଙ୍ଗ 47,786 ଭୋଟ ପାଇ ତୃତୀୟ ସ୍ଥାନ ରେ ରହିଛନ୍ତି.
ମୋହନା ଆସନରୁ ଦ୍ଵିତୀୟ ଥର କଂଗ୍ରେସ ଦଳୀୟ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ବହୁମତ ହାସଲ କରି ବିଜୟ ଲାଭ କରିଛନ୍ତି. ଗଜପତି ଜିଲ୍ଲା ର ସବୁ ଭୋଟର ଯଦି ଗୋଟିଏ ଦଳକୁ ସମର୍ଥନ କରି ଭୋଟ ଦେଇ ଥାନ୍ତେ ତେବେ ସ୍ଥିତି ଅଲଗା ହୋଇ ଥାନ୍ତା ।




