ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ର ଆଦିବାସୀ ଅଧ୍ୟୁଷିତ ଅଂଚଳ ତଥା ପାହାଡ଼ ଉପରେ ବସବାସ କରୁଥିବା ଗମଣ୍ଡା , ଯାନିବିଲି , କାରନ୍ଦାଗାଡ଼ , ରାଇପଡ଼ା , ଡଭା ବଣିଆ ତାଳଖୋଲ ଵାଇଦିପଡା ନୁଆସାହି , ବାଙ୍କୀମାଳ ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ମଙ୍ଗଳବାର ସକାଳ 9 ଘଣ୍ଟ ସମୟରେ ବ୍ଲକ କାର୍ଯ୍ୟାଳୟ କୁ ଆସି ବିଡ଼ିଓ ଙ୍କ ଅନୁପସ୍ଥିତି ରେ ଏ ବିଡ଼ିଓ ନିରଞ୍ଜନ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥି ସହ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଙ୍କୁ ମଧ୍ୟ ଏହାର ଏକ କପି ପ୍ରଦାନ କରିବା ସହ କିପରି ସମାଧାନ କରାଯିବ ଆଲୋଚନା କରିଛନ୍ତି । ପ୍ରକାଶ ଥାଉ କି ଏହି ସବୁ ବସ୍ତି ଗୁଡିକ ପାହାଡ଼ ଉପରେ ରହିଥିବାରୁ ଖରାଦିନେ ରହିଥିବା ସୋଲାର ଜଳ ପ୍ରକଳ୍ପ ଗୁଡିକ କାମ କରୁନାହିଁ ଏଣୁ ବିକଳ୍ପ ବ୍ୟବସ୍ଥା କରାଯାଇ ପାନୀୟ ଜଳ ଯୋଗାଇ ଦିଆ ଯିବ ବୋଲି କନିଷ୍ଠ ଯନ୍ତ୍ରୀ କହିଛନ୍ତି ।
Tags:
ମୁଖ୍ୟ ଖବର