(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ଏନଏସି ର ୧୯ ଗୋଟି ୱାର୍ଡରେ ପୋଲସରା ବିଧାୟକ ତଥା ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଏକ ବିରାଟ ବାଇକ ରାଳିରେ ସହର ପରିକ୍ରମା କରି ଭୋଟ ପ୍ରଚାର କରିଥିଲେ। ଏକ ସୁସଜିତ ଖୋଲା ଗାଡ଼ିରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସହ ଏନଏସି ଅଧ୍ୟକ୍ଷା ସଙ୍ଗିତା ବେହେରା ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା ଥିବା ବେଳେ ଶହ ଶହ ବାଇକ ଓ ପାଦରେ ଚାଲି ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ରାଲିରେ ଅଂଶ ଗ୍ରହଣ କରିଥିଲେ। ରାଲିରେ ଯିବା ସମୟରେ ଜନସାଧାରଣଙ୍କୁ ବିଜେଡି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟ କହିବା ସହ ନବୀନ ବାବୁଙ୍କ ବିଭିନ୍ନ ଗ୍ୟାରେଣ୍ଟି ବିଷୟ ନେଇ ପ୍ରକାଶ କରିଥିଲେ। ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ବାବୁଙ୍କ ହାତମୁଠା ଟାଣ କରିବା ସହ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ବିଧାୟକ ଶ୍ରୀ ସାହୁ ନିନେଦନ କରିଥିଲେ।