ବିଧାୟିକାଙ୍କ ପ୍ରଚାର ବେଳେ ମହିଳାଙ୍କ ବିରୋଧ,

ବିରୋଧୀ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲେ ବିଜେଡି କର୍ମୀ

(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ବିଜେଡ଼ିର ପ୍ରଚାର ବେଳେ ବିଧାୟିକାଙ୍କୁ ବିରୋଧ କଲେ ମିଶନ୍ ଶକ୍ତି ମହିଳା ।ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଉ ପରେ ମିଶନ୍ ଶକ୍ତି ମହିଳାଙ୍କୁ ବିଜେଡି କର୍ମୀ ମାନେ ଗୋଡ଼ାଇ ଗୋଡାଇ ମାଡ଼ ମାରିଥିବା ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଘଟଣା ଘଟିଛି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡ଼ା ଠାରେ। ଗତକାଲି ସନ୍ଧ୍ୟାରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଧାୟିକା ଲତିକା ପ୍ରଧାନଙ୍କ ପ୍ରଚାର ଚାଲିଥିଲା। ବେଗୁନିଆପଡ଼ା ଠାରେ ବିଜୁ ଜନତା ଦଳର ବିଧାୟିକା ଲତିକା ପ୍ରଧାନ ପ୍ରଚାର କରୁଥିଲେ। ଶତାଧିକ ବିଜେଡି କର୍ମୀଙ୍କୁ ନେଇ ପ୍ରଚାର କରୁଥିବା ବେଳେ ବିଭିନ୍ନ ସମସ୍ଯାକୁ ନେଇ କିଛି ମହିଳା ବିଧାୟିକାଙ୍କୁ ପ୍ରଶ୍ନ କରିବାକୁ ଯାଇଥିଲେ। ବିଧାୟିକାଙ୍କ ପ୍ରଚାର ଗାଡି ସାମନାକୁ ଯାଇ ପ୍ରଶ୍ନ କରିଥିଲେ ମହିଳା। ତେବେ ମହିଳାଙ୍କ ସହ ବିଜେଡି କର୍ମୀଙ୍କ ମଧ୍ୟରେ କଥା କଟାକଟି ଓ ହୋ ହାଲ୍ଲା ଦେଖିବାକୁ ମିଳିଥିଲା। ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଉ ତାପରେ ମହିଳାଙ୍କୁ ଧସ୍ତାଧସ୍ତି ସହ ଗୋଡାଇ ଗୋଡାଇ ଆକ୍ରମଣ କରିବାକୁ ପଛାଇ ନଥିଲେ ବିଜେଡି କର୍ମୀ। ବିଧାୟିକାଙ୍କ ଇସାରାରେ ଏଭଳି କାର୍ଯ୍ୟ ହୋଇଥିବା କହିଛନ୍ତି ଆହତ ମହିଳା ।ଏଥିରେ ୨ ଜଣ ମହିଳା ଆହତ ହୋଇଥିବା ବେଳେ ଉଭୟ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାଯାଇଛି। ମାମଲା ଏବେ ବେଗୁନିଆପଡ଼ା ଥାନାରେ ପହଞ୍ଚିଛି। ଘଟଣାକୁ ନେଇ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ। ୨ ଜଣ ମହିଳାଙ୍କୁ ଏତେ ସଂଖ୍ୟକ ବିଜେଡି କର୍ମୀ କେଉଁ ପରିସ୍ଥିତିରେ ଆକ୍ରମଣ ଉଦ୍ଯମ କଲେ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଆସନ୍ତା ୨୦ ତାରିଖରେ ଏଠାରେ ମତଦାନ ମଧ୍ୟ ହେବାକୁ ଯାଉଛି। ବିଜେଡିର ଏଭଳି ଗୁଣ୍ଡାଗର୍ଦ୍ଦିକୁ ଭୋଟର କିଭଳି ଦେଖୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।ତେବେ ଏନେଇ ବିଧାୟିକା କିମ୍ବା ବିଜେଡି କର୍ମୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

Post a Comment

Previous Post Next Post