ସାମ୍ୱାଦିକ ସମ୍ମିଳନୀ ଆସ୍କା ଲୋକସଭା ।

ମୋ ନିୟୁଜ ଓଡିଶା ଆଜି ସ୍ଥାନୀୟ ବିଜେପି କାର୍ଯ୍ୟଳୟ ଠାରେ ଆସ୍କା ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ବିଜେପି ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ଆୟୋଜିତ ହୋଇଥଲା। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଡକ୍ଟର ଲକ୍ଷ୍ମଣ ପଣ୍ଡାଙ୍କ ସମେତ ସମସ୍ତ ବିଧାନସଭା କ୍ଷେତ୍ର ପ୍ରାର୍ଥୀ ମାନେ ଯୋଗଦାନ କରିଥିଲେ। ଯଶସ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯେଉଁ ବିକଶିତ ଭାରତର ଆହ୍ବାନ ସହ ଗ୍ୟାରେଣ୍ଟିର ବାର୍ତ୍ତା ପ୍ରଦାନ କରିଛନ୍ତି ତାହା ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା। ଗରୀବ କଲ୍ୟାଣ ଯୋଜନା ସାଙ୍ଗକୁ କୃଷକ ସମୃଦ୍ଧି ଯୋଜନା, ଯୁବବର୍ଗ ଙ୍କ ବିକାଶ ସାଙ୍ଗକୁ ମହିଳା କଲ୍ୟାଣ ଯୋଜନା ସାରା ଭାରତ ପାଇଁ ଯଶସ୍ରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି। ସେଥି ମଧ୍ୟରେ ଆସ୍କା ସଂସଦୀୟ କ୍ଷେତ୍ର ଅଞ୍ଚଳ ବି ସମାନୁପାତରେ ଆଗକୁ ବଢିଛି। ଏହାକୁ ଗତି ଦେବା ପାଇଁ   '' ଫିର ଏକ ବାର୍ ମୋଦୀ ସରକାର " ଆହ୍ବାନରେ ସମସ୍ତେ ସାମିଲ୍ ହେବା ପାଇଁ ଅନିତା ଶୁଭଦର୍ଶନୀ ପଟ୍ଟନାୟକ ନିବେଦନ କରିଛନ୍ତି। ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଦୀଙ୍କ ଚିହ୍ନ ପଦ୍ମ ଫୁଲ ଚିହ୍ନ, ଦୁଇଟି ପଦ୍ମ ଫୁଲ ଚିହ୍ନ କୁ ବଟନ୍ ଦବାଇ କେନ୍ଦ୍ର ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ କରିବା ପାଇଁ ସମସ୍ତ ବିଧାୟକ ପ୍ରାର୍ଥୀ ମାନଙ୍କ ଅନୁରୋଧ କୁ ଜନ ସାଧାରଣ  ଆଗରେ ଉପସ୍ଥାପନ କରାଯାଇଥିଲା। ଏହି ଅଞ୍ଚଳର ସ୍ଥାନୀୟ ଜଳ ସେଚନ ସମସ୍ୟା, ଚିନିକଳ ସମସ୍ୟା, ବେକାରୀ ସମସ୍ୟା ସାଙ୍ଗକୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ସମସ୍ୟାକୁ ରାଜ୍ୟରେ ପ୍ରାଥମିକତା ଦେବା ପାଇଁ ନୂତନ ସରକାର ଦରକାର। 

ରାଜ୍ୟରେ ବିଜେପି ସରକାର ଗଠନ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବାଣୀ ସଫଳ ରୂପାୟନ ହେବାରେ ଆଉ ବେଶୀ ଦିନ ଲାଗିବ ନାହିଁ।   " ଏ ସରକାର ବଦଳିବା ଦରକାର" ଏହା ସାରା ଓଡ଼ିଶା ଲୋକଙ୍କ ଅନ୍ତସ୍ବର ପାଲଟିଛି। 

ବିକଶିତ ଭାରତର ଲକ୍ଷ୍ୟ - ବିକଶିତ ଓଡ଼ିଶାର ଲକ୍ଷ୍ୟ ଦିଗରେ ଏକ ହୋଇ କାର୍ଯ୍ୟ କରିବା ପାଇଁ ରାଜ୍ୟ ପ୍ରବକ୍ତା ଡକ୍ଟର ଲକ୍ଷ୍ମଣ ପଣ୍ଡା ସମସ୍ତ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି। ।

Post a Comment

Previous Post Next Post