ପୋଡାସିଙ୍ଗି ଗ୍ରାମରେ ସାମାନ୍ୟ ବର୍ଷାରେ ରାସ୍ତା ଜଳମଗ୍ନ


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/13/5/ ଗତକାଲି ସଂଧ୍ୟାରେ କାଳବୈଶାଖୀ ବର୍ଷାରେ ଆର,ଉଦୟଗିରି ବ୍ଳକ ସଦରମହକୁମା ଠାରୁ ମାତ୍ର କେବଳ ୩ କିମି ଦୂର ଘୁରୁଣାଘାଟି ରାସ୍ତାରେ ଆଣ୍ଠୁଏ ପାଣି ଜମିଥିଲା । ଫଳରେ ନିକଟସ୍ଥ ପୋଡାସିଙ୍ଗି ଗ୍ରାମର ୧୨ ପରିବାର ସଦର ମହକୁମା ଠାରୁ  ୩ଘଣ୍ଟା କାଳ ଅଳଗା ହୋଇଗଲେ । ଏଠାରେ ଏକ କଲଭର୍ଟ ନିର୍ମାଣ କରି ବର୍ଷା ପାଣିକୁ ଜମିକୁ ଛାଡିବା ସକାଶେ ଏଠିକାର ବାସିନ୍ଦା ବାରମ୍ବାର ନିବେଦନ କରିଆସୁ ଥିବା ସତେ ଶବରପଲ୍ଲୀ ପଞ୍ଚାୟତ ଅଧିକାରୀ ଏବଂ ବ୍ଳକ ପ୍ରଶାସନ କୌଣସି ପଦକ୍ଷେପ ନେଉନାହାନ୍ତି । ଏଥର ବର୍ଷାଦିନ ଆସିବା ପୂର୍ବରୁ ଅନ୍ତତଃ ଏହି ରାସ୍ତାରେ କଲଭର୍ଟ ଟିଏ ନିର୍ମାଣ କରାଗଲେ ସେମାନଙ୍କ ଦୁଃଖ ଦୂର ହେବ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି ।

Post a Comment

Previous Post Next Post