ଚୋରି କରି ଧାରା ପଡ଼ିଲେ ହାଇସ୍କୁଲ ଛାତ୍ର


 ଗଜପତି ମୋ ନିୟୁଜ ଓଡିଶା ୮/୫/୨୦୨୪- ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଛେଲାଗଡ ଆଶ୍ରମ ବିଦ୍ୟାଳୟରେ । ହଁ ଦର୍ଶକ ବନ୍ଧୁ ଆଶ୍ରମ ବିଦ୍ୟାଳୟ ର କିଛି ଛାତ୍ର  ଛୁଟି ପୂର୍ବରୁ  ନୂଆଗଡ ଛକ ସ୍ଥିତ ରାଜୀବ ପଣ୍ଡା ନାମକ ଜଣେ ଦୋକାନୀ ଙ୍କ ଦୋକାନ ରେ ଶନିବାର ରାତ୍ର 11.30 ସମୟରେ ପଶି ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଧାରା ପଡ଼ିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଦୋକାନ ମାଲିକ ଓ 112 କୁ କଲ୍ କରି ଡାକିବା ସହ ସ୍କୁଲ କତୃପକ୍ଷ ଙ୍କୁ ମଧ୍ୟ ଜଣାଇଥିଲେ । ତେବେ ଛାତ୍ର ମାନକ ଭବିଷ୍ୟତ ଖରାପ ହେବା ନେଇ କୌଣସି ଲିଖିତ ଅଭିଯୋଗ ଥାନାରେ ହୋଇନଥିବା ବେଳେ ସମସ୍ତ ଦୋଷ ସ୍କୁଲ୍ କର୍ତ୍ତୃପକ୍ଷ ଙ୍କ ବୋଲି କହିଛନ୍ତି ଦୋକାନ ମାଲିକ । ଏହିଭଳି ଅନେକ ଥର ତାଙ୍କ ଦୋକାନ ରୁ ଚୋରି ହୋଇଛି । ଏପରିକି ପିଲାମାନେ ରାତ୍ରିକଳରେ ଚନ୍ଦନ ଗଛ ଚୋରି କରିବାର ମଧ୍ୟ ସ୍ଥାନୀୟ ଲୋକ କହିଛନ୍ତି । କହିବାକୁ ଗଲେ ସ୍କୁଲ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟ କରି ସ୍କୁଲରେ ନରହି ଯାତାୟାତ କରୁଛନ୍ତି ।ଏପରିକି ସ୍କୁଲ ପିଅନ ବନମାଳୀ ବାଘସିଂ ମଧ୍ୟ ପିଲାଙ୍କୁ ସୁରକ୍ଷା ଦେବା ବଦଳରେ ରାତ୍ରୀରେ ସ୍କୁଲ ରେ ନରହି ସନ୍ଧ୍ୟା ସମୟରେ ନିଜ ଗାଆଁ କୁ ଚାଲି ଯାଉଛନ୍ତି । ଚୋରି ହେବା ରାତ୍ରୀରେ ମଧ୍ୟ କୌଣସି ଶିକ୍ଷକ ସ୍କୁଲ ରେ ନଥିଲେ ଏବଂ ସ୍କୁଲର ରେଗୁଲାର  ପିଅନ ବନମାଳୀ ଅନ୍ୟ ପିଅନ ମାନଙ୍କୁ କାମରେ ଲଗାଇ ସେ ସବୁବେଳେ ନିଜ ଗାଁ କୁ ଚାଲି ଯାଉଥିବା କହିଛନ୍ତି ସ୍କୁଲର ଅନ୍ୟ କର୍ମଚାରୀ । ସେମାନେ ମଧ୍ୟ କେମେରା ସାମନାରେ କହିବାକୁ ମନା କରିଦେଇଛନ୍ତି ।ତେବେ ସ୍କୁଲ ର କୋମଲମତି ପିଲାଙ୍କ ଭବିଷ୍ୟତ କୁ ନେଇ ଏହିଭଳି ଖେଳ ଖେଳୁଥିବା ସ୍କୁଲ କର୍ମଚାରୀ ମାନେ ଆଗାମୀଦିନରେ କୌଣସି ଅଘଟଣ ଘଟିଲେ ଦାଇ କାହାକୁ ଦେବେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏପରିକି ସେହି ଚୋରି ରେ ସଂପୃକ୍ତ ପିଲାଙ୍କୁ TC ଦେଇ ବାହାର କରିଥିବା ସୂଚନା ମିଳିଛି । ଏଠି ପ୍ରଶ୍ନ ଉଠୁଚି ପିଲାଙ୍କୁ ସ୍କୁଲ ପରିସର ମଧ୍ୟରୁ ବାହାରକୁ ଯିବା ସବୁବେଳେ ସ୍କୁଲ ପିଅନ ମାନେ ଦେଖି କାହିଁକି ଚୁପ୍ ରହୁଥିଲେ ଏବେ ସେମାନଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପ୍ରଶାସନ ତାହା ଦେଖିବାକୁ ରହିଲା ବାକି ।                                       ଗଜପତି  ଜିଲା ଆର, ଉଦୟଗିରି ମନୋଜ କୁମାର  ପାଢୀ  ଙ୍କ ରିପୋଟ

Post a Comment

Previous Post Next Post