ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ


(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ  ଜିଲ୍ଲା ପକ୍ଷରୁ ସ୍ଥାନୀୟ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗଞ୍ଜାମ ଜିଲ୍ଲା ସଭାପତି  ଡ଼ା.ସୁବାସ ସାହୁ ଭଦ୍ରକର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଘଣ୍ଟେଶ୍ୱରି ମଣ୍ଡଳରେ ବିଜେଡି ମୁଣ୍ଡ ମାନଙ୍କ ଆକ୍ରମଣର ଶିକାର ହୋଇଥିଲେ ଗତକାଲି ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବଂସଡା ଅଞ୍ଚଳରେ ବିଜେଡି ଗୁଣ୍ଡା ମାନଙ୍କ ସହ ଗୋଷ୍ଠୀ ଆକ୍ରମଣର ଶିକାର ହୋଇଥିଲେ କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହିକି ଯେ ବର୍ତ୍ତମାନ ସୁଦ୍ଧା ଦୃଢ଼ ଏବଂମୁଖ୍ୟ ଅଭିଯୁକ୍ତ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ବାରମ୍ବାର ରାଜ୍ୟ ପୋଲିସ,ଭଦ୍ରକ ଏସପି ଙ୍କର ଆଶ୍ଵସନା ମିଳୁଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ରେ ଶୁନ୍ ଯାହାଫଳ ସ୍ୱରୂପ ସାରା ରାଜ୍ୟରେ ଯୁବ ଆକ୍ରୋଶ ଦେଖିବାକୁ ମିଳିଲାଣି , ଗଞ୍ଜାମ ଜିଲ୍ଲା ସଭାପତିଙ୍କୁ ଆକ୍ରମଣ ହେବାର ୫ ଦିନ ହୋଇଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ସହିତ ଦୁଇ ଅଭିଯୋଗୀ ଫେରାର ଅଛନ୍ତି କିନ୍ତୁ ପୋଲିସ ପ୍ରଶାସନ ହାତ ଉପରେ ହାତ ବାନ୍ଧି ବସିଛି। କାହା ଚାପରେ ଆଜି ପୋଲିସ ପ୍ରଶାସନ ଚୁପ୍ ତାହା ସାଧାରଣରେ ପ୍ରଶ୍ନବାଚୀ? ଦେଖାଯାଉଛି ଯେ ପୋଲିସ ପ୍ରଶାସନ ନିର୍ବାଚନ ପୂର୍ବରୁ ଆତଙ୍କରାଜ ଖେଳାଇ ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଶାସକ ଦଳର ହାତ ବାରିଶି ସାଜିଛି ଯାହା ଫଳରେ ଶାନ୍ତିପୂର୍ଣ୍ଣ ଓଡ଼ିଶାର ବାତାବରଣ ବିହାର ପଶ୍ଚିମବଙ୍ଗ ଭଳି ରାଜନୈତିକ ହିଂସାର ପୁଷ୍ଠଭୂମି ହେବାରେ ଲାଗିଛି, ଯାହା ଓଡ଼ିଶା ପାଇଁ ଦୁର୍ଭାଗ୍ୟ ଜନକ । ବର୍ତ୍ତମାନ ସୁଦ୍ଧା ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତିଙ୍କର ଆସୁ ଆରୋଗ୍ୟ ଚିକିତ୍ସା ମଧ୍ୟ ଭଲରେ ହୋଇ ପାରିଲା ନାହିଁ ବାସୁଦେବପୁର ରୁ SCB ଚିକିତ୍ସାଳୟରେ ରାଜ୍ୟ ସରକାର ଙ୍କ ବିଶ୍ବସ୍ତରୀୟ ସେବା କଥା କହୁଛନ୍ତି ସେଠୀ ସିଟିସ୍କାନ ବି ହୋଇ ପାରିଲା ନାହିଁ । ଶେଷରେ ଏମ୍ସ କୁ ସ୍ଥାନାନ୍ତରିତ ହେବାକୁ ପଡ଼ିଲା ଯାହାକି ଉଚ୍ଚ କତୃପକ୍ଷଙ୍କ ନଜର ରେ ଥିଲେ ମଧ୍ୟ ରାଜନୈତିକ ଚାପ ର ବଶବର୍ତ୍ତୀ ହେବା ଦୁର୍ଭାଗ୍ୟଜନକ। ଏହି ଭଳି ଭାବରେ ଯଦି ପ୍ରଶାସନ ମୁକ ହୋଇ ଚାଲେ ତାହାଲେ ଆଗାମୀ ଦିନରେ ରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଯୁବମୋର୍ଚ୍ଚା ତରଫ ରୁ କୁହାଯାଇଛି। 

ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି ଶିବ ଶଙ୍କର ନାୟକ ଙ୍କ ଆହ୍ବାନ ରେ ଏହି ଭିକ୍ଷୋଭରେ ରାଜ୍ୟ ସମ୍ପାଦକ ତୁତୁନ ପାତ୍ର ଜିଲ୍ଲା ଉପ ସଭାପତି ବାପି ପ୍ରଧାନ , କେ ଚନ୍ଦ୍ରଶେଖର ଦାସ , ଜଗମୋହନ ପାତ୍ର , ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର , ରବି ରାଓ , ବନିତା ସାହୁ , କିଶୋର କୁମାର ସାହୁ , ଗୋପୀ ମହାରଣା , ରବିନ୍ଦ୍ର ସାହୁଏବଂ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ଅମର ସାହୁ , ଶକ୍ତି ପଟ୍ଟନାୟକ, ଦେବୁନ ପଟ୍ଟନାୟକ, ଆକାଶ ଗଉଡ , ସିରିଡ଼ି ବିକ୍ରମ , ଆଶିଷ ଦାସ , ଅଜିତ ଦଳେଇ , ସୁମିତ୍ ପାତ୍ର, ନାରାୟଣ ଶରାବ , ନାରାୟଣ ରେଡ୍ଡୀ , ଶ୍ରୀ ନିବାସ ମଣ୍ଡଳ , ସଞ୍ଜୀବ ପାତ୍ର , ସୁନିଲ ନାୟକ , ରଜତ ପାତ୍ର , ଚୀନ ରାଜା ରାଓ , ବାଲିଆ ନାୟକ , ସାଗର ନାୟକ , ରୋହିତ ରେଡ୍ଡୀ , ସୂର୍ୟ ପାତ୍ର , ନିଖିଲ ପାତ୍ର , ଅଜିତ ବେହେରା , ଅଂଶୁମାନ ପଣ୍ଡା ସହ ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ଜିଲ୍ଲା ଉପ ସଭାପତି ଗଙ୍ଗାଧର ଶତପଥୀ  ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡଙ୍ଗୀ , ପୀତବାସ ପଣ୍ଡା , ଚଣ୍ଡୀ ଚରଣ ସାହୁ , ରାମ କୁମାର ପାତ୍ର, ଚିନ୍ମୟାନନ୍ଦ ଦାସ , କୃଷ୍ଣ ଚୌଧୁରୀ  ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦୁସ୍ମିତା ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post