୨୦୨୪ ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ, ଶୃଙ୍ଖଳିତ ମତଦାନ ଲାଗି ଗଞ୍ଜାମ ଜିଲ୍ଲା କୋଦଳା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । କୋଦଳା ଟାଉନ, ମର୍ଦକୋଟ, ଜେ. ଛଚିନା, ଦାନପୁର, ନାଇକାଣିପଲି ଆଦି ବିଭିନ୍ନ ଅଂଚଳରେ ପୁଲିସ ଅଧିକାରୀ, ସିଆରପିଏଫ କର୍ମଚାରୀଙ୍କ ସହ ପୁଲିସ ଫୋର୍ସ ଫ୍ଲାଗମାର୍ଚ୍ଚ କରିଥିଲେ । ଏହି ଫ୍ଲାଗ ମାର୍ଚ୍ଚରେ ,ଆଇଆଇସି ସୁବାଷ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଆଗକୁ ଚେକିଂ ଓ ବ୍ଲକିଂ କୁ କଡାକଡି କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।
Tags:
ମୁଖ୍ୟ ଖବର