( ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗୋଳନ୍ଥରା ଥାନା ଅଧିନ ଶିହଳାର ସୁଧାଂଶୁ ସଂଗ୍ରାମ ପାଢୀ ଓ ତାଙ୍କ ପାଟର୍ନର କୁକୁଡାଖଣ୍ଡି ଅଞ୍ଚଳରେ ପ୍ଲଟ ବ୍ୟବସାୟୀ କରୁଛନ୍ତି ା ସୁଧାଂଶୁଙ୍କ ନିକଟରେ କାମ କରୁଥିବା କିଛି କର୍ମଚାରୀଙ୍କୁ ଆଜି ସେହି ପ୍ଲଟ ଉପରେ କେତେକ ବ୍ୟକ୍ତି ଲୁହାରଡରେ ଆକ୍ରମଣ କରିଥିଲେ ା ଏହା ଶୁଣିବା ପରେ ସୁଧାଂଶୁ ଓ ତାଙ୍କ ବାପା, ୨ ଭାଇ ଓ ପାର୍ଟନରଙ୍କ ସହ ଆକ୍ରମଣର ଶିକାର ହୋଇଥିବା କର୍ମଚାରୀଙ୍କୁ ନେଇ ସଦର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ ା ଥାନା ଅଧିକାରୀ ସମସ୍ତଙ୍କୁ କିଛି ସମୟ ବାହାରେ ଅପେକ୍ଷା କରିବାକୁ କହିବାରୁ ବାହାରକୁ ଆସି ସେମାନେ ଅପେକ୍ଷା କରିଥିଲେ ା ଏହି ସମୟରେ ଦିଗପହଣ୍ଡି କଂଗ୍ରେସର ବିଧାୟକ ପ୍ରାର୍ଥୀ ସାକା ସୁଜିତ ଓ ତାଙ୍କର ୬ ରୁ ଅଧିକ ସମର୍ଥକ ସେଠାରେ ପହଞ୍ଚି ସୁଧାଂଶୁ ଓ ତାଙ୍କ ବାପା ଭାଇଙ୍କୁ ଆକ୍ରମଣ କରିଥିଲେ ା ଆକ୍ରମଣରେ ସୁଧାଂଶୁଙ୍କ ବାପା ଓ ଭାଇ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ବିଧାୟକ ପ୍ରାର୍ଥୀ ସାକା ସୁଜିତ୍ କୁମାରଙ୍କୁ ଅଗଣତାନ୍ତ୍ରିକ ଭାବେ ଗିରଫ କରିବାକୁ ବିରୋଧ କରି ସଦର ଥାନାରେ ପହଞ୍ଚିଲେ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଦୀପକ ପଟ୍ଟନାୟକ ଓ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକ ।


