୨୦୧୯ ଠାରୁ ଚଳିତ ନିର୍ବାଚନରେ ଗଜପତିରେ ୨.୭୯ ମତହାର କମିଛି ।


ଗଜପତି ମୋ ନିୟୁଜ ଓଡିଶା -୧୬/୫/୨୦୨୪):ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଗଜପତି ଜିଲ୍ଲାରେ ଗତ ୨୦୧୯ ସାଧାରଣ ନିର୍ବାଚନର ଭୋଟ ହାରକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଛି ଚଳିତ ୨୦୨୪ ନିର୍ବାଚନରେ ୨.୭୯ ମତ ହାର କମିଛି. ଦୁଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଚଳିତ ସାଧାରଣ ନିର୍ବାଚନରେ ମତହାର କମିଥ‌ିବା ଜଣାପଡ଼ିଛି। ସୋମ‌ବାର ଦିନ ଅନୁଷ୍ଠିତ ମତଦାନର ମୋଟ ମତହାର ପ୍ରତିଶତ ୨୦୧୯ ସାଧାରଣ ନିର୍ବାଚନ ମତହାର ଠାରୁ ୨.୭ ୯ କମିଛି ବୋଲି ଆମ  ପ୍ରତିନିଧିଙ୍କୁ ଗଜପତି ଜିଲ୍ଲା ନିର୍ବାଚନ କାର‌୍ୟ୍ୟାଳୟରୁ ସୂଚନା ଦିଆଯାଇ କୁହାଯାଇଛିଯେ, ୨୦୧୯ରେ ଗଜପତି ଜିଲ୍ଲାରେ ୭୨.୪୫ ପ୍ରତିଶତ ମତଦାନ ହୋଇଥିଲା ଓ ହେଲେ ୨୦୨୪ରେ ୬୯.୬୬ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ମୋହ‌ନା ସଂରକ୍ଷିତ ନିର୍ବାଚନମଣ୍ଡଳୀରେରେ ୨୦୧୯ରେ ୭୫ ୬୪ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନରେ ୭୧.୨୦ ପ୍ରତିଶତ ମତଦାନ ହୋଇଛି। ଏହା ୨୦୧୯ ନିର୍ବାଚନର ମତହାର ଠାରୁ ୪.୪୪ ପ୍ରତିଶତ କମ୍ ରହିଛି ଓ ସେହିଭଳି ପାରଳା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ରେ ୬୯.୨୭ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୨୪ରେ ୬୭ ୭୧ ପ୍ରତିଶତ ଭୋଟ ହୋଇଛି। ଏହା ପୂର୍ବ ସାଧାରଣ ନିର୍ବାଚନ ତୁଳନାରେ ୧.୩୭ କମ ବୋଲି ଜଣାପଡ଼ିଛି। ହେଲେ ପ୍ରତି ସାଧାରଣ ନିର୍ବାଚନ ବେଳେ ଭୋଟର ସଂଖ୍ୟା ବଢୁଛି। ଅନ୍ୟପକ୍ଷରେ ଗଜପତି ଜିଲ୍ଲାରେ ଭୋଟ ହାର ବୃଦ୍ଧି ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ବ୍ୟାପକ ସଚେତନତା କାର‌୍ୟ୍ୟକ୍ରମ କରାଯାଇଥିଲା. ତଥାପି ଚଳିତ ନିର୍ବାଚନରେ ଭୋଟ ହାର ବୃଦ୍ଧି ପାଇବା ପରିବର୍ତ୍ତେ କାହିଁକି ୨.୭୯ ହାର କମିଲା ସେ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି.

Post a Comment

Previous Post Next Post