ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକ ଅଞ୍ଚଳରେ ସକାଳ ୭ ଘଣ୍ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଭୋଟର ମତ ସାବ୍ୟସ୍ତ କରିଛନ୍ତି। ସମସ୍ତ ଘାଟି ପାହାଡ ସହ ସମତଳ ଇଲାକା ମଧ୍ୟରେ ଶାନ୍ତି ଶୃଙ୍ଖଳା ସହ ଭୋଟର ମତ ଦାନ କରୁଥିବା ଆର, ଉଦୟଗିରି ବ୍ଲକ ଦାୟିତ୍ଵରେ ଥିବା ନିର୍ବାଚନ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ଆର,ଉଦୟଗିରି ବ୍ଲକ ରେ ୪୫୭୭୫ଭୋଟର ଥିବା ବେଳେ ସେଥି ମଧ୍ୟରୁ ପୁରୁଷ ଭୋଟର ୨୨୪୨୨ ରୁ ଭୋଟ ଦେଇଛନ୍ତି ୧୬୪୫୮ ଏବଂ ମହିଳା ଭୋଟର ୨୩୩୫୩ ରୁ ୧୭୫୨୨ ଦେଇଛନ୍ତି। ମୋଟ ୭୪.୨୩ ମତଦାନ ହୋଇଛି ।
Tags:
ରାଜନୀତି


