ତୃତୀୟ ବାର୍ଷିକ ଦଣ୍ଡ ମହୋତ୍ସବ ପାଳିତ।


ମୋ ନିୟୁଜ ଓଡିଶା 

ଢେଙ୍କାନାଳ ଆନନ୍ଦ ବଜାର ରଗଡ଼ି ସାହି ଠାରେ ତୃତୀୟ ବାର୍ଷିକ ଦଣ୍ଡ ମହୋତ୍ସବ ପାଳିତ ହୋଇଯାଇଛି। ଅନୁଗୋଳ ଜିଲ୍ଲା ସୁଲେଇପାଳର ଦଣ୍ଡ କଳାକାରମାନେ ବିଭିନ୍ନ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି।  ହାଡିହାଡିଆଣୀ, ଶିବ ପାର୍ବତୀ, ଯୋଗୀ ଯୋଗୀଆଣୀ, ନାବିକ, ବିଣାକାର ଆଦି ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରିଥିଲେ। ମୁଖ୍ୟଅତିଥି ଭାବେ ବିଜେଡି ବିଧାୟକ ପ୍ରାର୍ଥୀ ସୁଧିର କୁମାର ସାମଲଙ୍କ ସୁପୁତ୍ର ଜଗଦୀଶ ସାମଲ ଯୋଗଦାନ କରି ଦଣ୍ଡ ମହୋତ୍ସବକୁ ଉଦ୍ଘାଟନ କରିବା ସହ ଯୁବପିଢିଙ୍କୁ ଉତ୍ସାହିତ ହୋଇଥିଲେ।ସଭାପତି ସନ୍ତୋଷ କୁମାର ସାହୁ, ସମ୍ପାଦକ ଲିପୁନ୍ ପ୍ରଧାନ ଓ ସହଯୋଗୀ ଦିପୁନ ଦଳେଇ,ଶିବୁ ପ୍ରଧାନ,ଗୁଡୁ ପ୍ରଧାନ ,ଡିଡ଼ି ପ୍ରଧାନ ସତ୍ୟ ସାହୁ, ବିମଳ ନାୟକ ଏବଂ ସାହିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଦଣ୍ଡ ମହୋତ୍ସବ ହୋଇଥିଲା।

Post a Comment

Previous Post Next Post