ବିଜେପିରେ ସାମିଲ ହେଲେ ବେଗୁନିଆପଡ଼ା ବ୍ଲକର ୧୨ ହଜାର କର୍ମକର୍ତ୍ତା
କୋଦଳା ମୋ ନିୟୁଜ ଓଡିଶା
ସ୍ଥାନୀୟ ବିଜେଡି ବିଧାୟିକା ଲତିକା ପ୍ରଧାନଙ୍କୁ ବିରୋଧ କରି ବିଜେପିରେ ସାମିଲ ହେଲେ ଶତାଧିକ ନେତାଙ୍କ ସହ ହଜାର ହଜାର ସମର୍ଥକ। ଗତକାଲି ସନ୍ଧ୍ୟାରେ ବେଗୁନିଆପଡ଼ା ଠାରେ ବିଜେପିର ହାଇ ଭୋଲଟେଜ୍ ମିଶ୍ରଣ ପର୍ବ ଦେଖିବାକୁ ମିଳିଛି ।ଯେଉଁଥିରେ ବେଗୁନିଆପଡ଼ା ବ୍ଳକର ୨୩ ଟି ପଞ୍ଚାୟତରୁ ପ୍ରାୟ ୧୦ ହଜାର ବିଜେଡି କର୍ମୀ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।ବୁଧବାର ପାଣ୍ଡିଆନ୍ ଙ୍କ ବେଗୁନିଆପଡ଼ା ବ୍ଳକ ଗସ୍ତ ରହିଥିବା ବେଳେ ଏହା ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛି ବିଜେପି। ଦୀର୍ଘ ଦିନ ଧରି ବେଗୁନିଆପଡ଼ା ବ୍ଲକର ରାଣୀ ସୁଜ୍ଞାନକଂ ସମର୍ଥକ ମାନେ ଅବହେଳିତ ଓ ବିଧାୟିକାଙ୍କ ଦ୍ବାରା ପ୍ରତାରିତ ହୋଇ ଆସୁଥିବା ଅଭିଯୋଗ କରି ଶେଷରେ ଦଳ ବଳ ସହ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ହାଇ ଭୋଲଟେଜ୍ ମିଶ୍ରଣ ପର୍ବ ଏବେ ବିଜେପିକୁ ଶକ୍ତିଶାଳୀ କରିଥିବା ବେଳେ ବିଜେଡିକୁ ଜୋରଦାର ଝଟକା ଲାଗିଥିବା ଆଲୋଚନା ହେଉଛି। ପୂର୍ବତନ ଜିଲ୍ଲା ପରିଷଦ ମନୋଜ କୁମାର ପାଣ୍ଡିକଂ ନେତୃତ୍ୱରେ ବ୍ଲକ ବିଜେଡି ସଭାପତି ତଥା ଭେଟେରାନ୍ ନେତା ବିଜୟ କୁମାର ଦୋରା, କୋଦଳା ନଗର ସଭାପତି ସଞ୍ଜୀବ କୁମାର ସାହୁ,ସମ୍ପାଦକ ଗୋପାଳ କୃଷ୍ଣ ସାହୁ, ବରିଷ୍ଠ ସଂଗଠକ ଚିତ୍ରସେନ ପରିଡା, ୨ ସମିତି ସଭ୍ୟ, ଜଣେ ସରପଞ୍ଚଙ୍କ ସହ ବହୁ ପୂର୍ବତନ ସରପଞ୍ଚ ସମିତି ସଭ୍ୟ, ପ୍ରତି ପଞ୍ଚାୟତର ଛାମୁହାଁ ସଂଗଠକ ମାନେ ବିଜେପିରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ମିଶ୍ରଣ ପର୍ବରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର, କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁ ଓଲିଉଡ ଜଗତର ହାସ୍ୟ ଅଭିନେତା ହରିହର ମହାପାତ୍ର, ବରିଷ୍ଠ ବିଜେପି ନେତା ସୀତାରାମ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଆସିକା ଲୋକସଭା ପ୍ରାର୍ଥୀନୀ ଅନୀତା ଶୁଭଦର୍ଶନୀ ଓ କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ପ୍ରତାପ ନାୟକଙ୍କୁ ରେକର୍ଡ ସଂଖ୍ୟାରେ ଜିତାଇବାକୁ ଆହ୍ବାନ ଦେଇଥିଲେ ବରିଷ୍ଠ ବିଜେପି ନେତା।