ଭି କେ ପାଣ୍ଡିଆନ ବୁଧବାର ପୂର୍ବାହ୍ନରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବେଗୁନିଆପଡା ବ୍ଲକ ଗସ୍ତ ।


ମୋ ନିୟୁଜ ଓଡିଶା 

 ୫ଟି ଅଧକ୍ଷ ଭି.କେ ପାଣ୍ଡିଆନ ବୁଧବାର ପୂର୍ବାହ୍ନରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବେଗୁନିଆପଡା ବ୍ଲକକୁ ଗସ୍ତ କରିଛନ୍ତି ।

 ବେଗୁନିଆପଡା ବ୍ଲକ ବୁରୁଝରୀ ପଞ୍ଚାୟତର ବାଲିବଣ ସ୍ଥିତ ଶନିମନ୍ଦିର ପଡିଆ ଠାରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ୱାବଧାନ ଆୟୋଜିତ  କାର୍ଯ୍ୟକ୍ରମରେ  ଯୋଗଦେଇଛନ୍ତି ୫ଟି ଅଧକ୍ଷ ଭି.କେ ପାଣ୍ଡିଆନ। ସେ ହେଲିକେପ୍ଟର ଯୋଗେ ଆସି ଉକ୍ତ ସ୍ଥଳରେ ପହଞ୍ଚିବା ପରେ ବିଧାୟିକା ଓ ବିଜେଡି ସାଂସଦ ପ୍ରାଥୀନି ରଂଜିତା ସାହୁ ପୁଷ୍ପ ଗୁଛ୍ଛ ଦେଇ ସ୍ବାଗତ କରିଥିଲେ।ଏହାପରେ ୫ଟି ଅଧକ୍ଷ  ଜନସାଧାରଣଙ୍କ ନିକଟକୁ ଯାଇ କର ମର୍ଦ୍ଦନ କରିବା ସହ  ସେଲ୍ଫି ନେଇଥିଲେ । ଏହି ସମୟରେ ଜନସାଧାରଣ ୫ଟି ସଚିବଙ୍କୁ ପୁଷ୍ପଗୁଛ୍ଛ ଦେବା ସହ ମିହିଳା ମାନେ ହୁଳହୁଳି ଦେଇ  ସ୍ବାଗତ କରିଥିଲେ।ଏହା ପରେ ୫ଟି ସଚିବ ସଭାସ୍ଥଳକୁ ଯାଇ ଗତ 2023 ଅଗଷ୍ଟ ମାସ 25 ତାରିଖରେ ଏହି ସ୍ଥାନକୁ ଆସି ଯେଉଁ ଅଭିଯୋଗ ନେଇ ଥିଲେ ତାହା କାର୍ଯ୍ୟକାରୀର ହିସାବ ପ୍ରଦାନ କରିଥିଲେ । ପ୍ରରୋକ୍ଷରେ କବିସୂର୍ଯ୍ୟନଗର ରେ ବିଜେପି କଣ କରିଛି ତାର ହିସାବ ମାଗିଥିଲେ । ଏଥି ସହ ସରକାରଙ୍କ ଯୋଜନା ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଆଗାମୀ ନିର୍ବାଚନ ରେ ବିଧାୟିକା ଓ ସାଂସଦ ପ୍ରାଥୀନିଙ୍କୁ ଶଙ୍ଖ ଚିହ୍ନ ରେ ବିପୁଳ ଭୋଟ ରେ ଜୟ ଯୁକ୍ତ କରି ନବୀନ ବାବୁଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ।  ଗଞ୍ଜାମ ଜିଲ୍ଲା ହେଉଛି ମିସନ୍ ସକ୍ତି ର ରୋଲ ମଡେଲ,  ମହିଳା ମାନେ ସ୍ବାବଲମ୍ବି ହେବା ପାଇଁ ସରକାରଙ୍କ ଯୋଜନା ସଂପର୍କରେ ,ବିଜୁ ସ୍ବାସ୍ଥ୍ୟ ଯୋଜନା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ବିଧାୟିକା ଓ ସାଂସଦ ପ୍ରାଥୀନି ।ଏଥିରେ ମହିଳା ,ଜନପ୍ରତିନିଧି,  ପ୍ରାୟ 10 ହଜାରରୁ ଉର୍ଦ୍ଧ ଜନସାଧାରଣ ଉପସ୍ଥିତ ରହିଥିଲେ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ 

Post a Comment

Previous Post Next Post