ଗଜପତି, ମୋ ନିୟୁଜ ଓଡିଶା ୩୦/୪/୨୦୨୪):ଗଜପତି ଜିଲ୍ଲା ଗୁମ୍ଫା ବ୍ଲକ ବଡକଳାକୋଟ ପଞ୍ଚାୟତର ସିଆରସି ଗୀତାଞ୍ଜଳି ଭୂୟାଁ କଂଗ୍ରେସର ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇ ଚାକିରୀରୁ ତଡାଖାଇଥିବାର ଜଣାପଡ଼ିଛି। ସୋମବାର ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ବିବଦ୍ଧ ଭାବେ କାର୍ଯ୍ୟାଳୟ ଆଦେଶ ପ୍ରକାରେ ଚିଠା କରିଛନ୍ତି । ପ୍ରକାଶ ଯେ, ଶ୍ରୀମତୀ ଭୂୟାଁ ବଡକଳାକୋଟ ଜିପିଏଲ୍ଏଫ୍ ରେ ସିଆରପି ଭାବେ କାର୍ଯ୍ୟରତ ଥିଲେ | କଂଗ୍ରେସର ରାଲିରେ ଭାଗନେଇ କଂଗ୍ରେସ ପତାକା ଧରିବା ସହ କଂଗ୍ରେସ ଚିହ୍ନର ଶାଢି ପରିଧାନ କରିଥିବା ଦେଖିବାକୁ ପାଇଥିଲେ ସର୍ଭିଲାନ୍ସ ଟିମ୍ | ଯାହାକି ନିର୍ବାଚନୀ ଅଦର୍ଶ ଆଚରଣ ବିଧି ଉଙ୍ଗଘନ ହେଇଥିବାର ଜଣାପଡ଼ିଛି । ଯାହାକୁ ଭିତ୍ତି କରି ଏପରି ପଦକ୍ଷେପ ନିଆଯାଇଛି।
Tags:
ରାଜନୀତି