ବେଗୁନିଆପଡା 46ନମ୍ବର ଜୋନ ରେ ବିଜେପିର ବିଶାଳ ବାଇକ ରାଲି


  ମୋ ନିୟୁଜ ଓଡିଶା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ରେ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ବିଜେପି ପକ୍ଷରୁ ବେଗୁନିଆପଡା ବ୍ଲକ ର 46 ନମ୍ବର ଜୋନ ରେ ଏକ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି | ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଯୁବନେତା ମନୋଜ କୁମାର ପାଣ୍ଡୀ ଓ ଚିତ୍ରସେନ ପରିଡା ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ବାଇକ ରାଲି ରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରତାପ ନାୟକ ଯୋଗ ଦେଇ ଜନ ସାଧାରଣଙ୍କୁ ବିଜେପି ରେ ଭୋଟ ଦେବାକୁ ନିବେଦନ କରିବା ସହ ନରେନ୍ଦ୍ର ମୋଦୀ ଙ୍କ ସଫଳତା କୁ ନେଇ ପ୍ରତ୍ୟେକ ଗ୍ରାମରେ ନିଜର ବକ୍ତବ୍ୟ ରଖିବା ସହ ବିଜେପି ତଥା ପଦ୍ମ ଫୁଲ କୁ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ | ଏହା ସହ କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ରାଣୀ ମା ତଥା ବରିଷ୍ଟ ନେତ୍ରୀ ସ୍ବର୍ଗତା ଭି.ସୁଜ୍ଞାନୀ କୁମାରୀ ଦେଓ ଙ୍କ ଅଞ୍ଚଳ ପ୍ରତି ବଳିଷ୍ଠ ଅବଦାନ କୁ ଲୋକ ଲୋଚନକୁ ଆଣିବା ସହ ବର୍ତମାନର ବିଧାୟିକା ଲତିକା ପ୍ରଧାନ ଙ୍କ ଦୁର୍ନୀତି ଖୋର ମନୋଭାବ,ଅପାରଗତା, ପିସି ଖିଆ ପ୍ରବୃତି କୁ ନେଇ ଜନ ସାଧାରଣ ଙ୍କୁ ଅବଗତ କରାଇଥିଲେ | ଏହି ବାଇକ ରାଲି କାର୍ଯ୍ୟକ୍ରମ ରେ ବିଶିଷ୍ଠ ଯୁବ ନେତା ତଥା ବେଗୁନିଆପଡା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ବିଜୟ ଦୋରା, ବରିଷ୍ଠ ଯୁବନେତା ସୀତାରାମ ପାଣିଗ୍ରାହୀ, ଅଙ୍ଗାରଗାଁ ମଣ୍ଡଳ ସଭାପତି ନାରାୟଣ ସୁମନ୍ତରାୟ, ଯୁବନେତା ହିମାଂଶୁ ସ୍ୱାଇଁ,ଅଶୋକ ତାରିଣୀ, ମିଥୁନ ସ୍ୱାଇଁ,ରାଜେନ୍ଦ୍ର ଭୂୟାଁ,ଖଣ୍ଡିଆନଈ ସରପଞ୍ଚ ପଙ୍କଜ ସେଠି,ଆନନ୍ଦ ସ୍ୱାଇଁ, ଦିନେଶ ମହାରଣା,ନିରଞ୍ଜନ ସ୍ୱାଇଁ,ଦିଲ୍ଲୀପ ସ୍ୱାଇଁ,ପବିତ୍ର ସାମନ୍ତରାୟ, ବଣ୍ଟି ଜେନା ପ୍ରମୁଖ ବାଇକ ରାଲି ରେ ଉପସ୍ଥିତ ଥିଲେ | ମଧ୍ୟାହ୍ନ ଖରା କୁ ପଛରେ ପକାଇ ଜୟ ଶ୍ରୀରାମ ଜୟ ଶ୍ରୀରାମ ନାରା ଦେବା ସହ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ରେ ପରିବର୍ତନ ପାଇଁ ହଜାରେ ରୁ ଉର୍ଦ୍ଧ ବାଇକ ରେ ହଜାର ହଜାର କର୍ମୀ ବାଇକ ରାଲି ମାଧ୍ୟମରେ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚି ପ୍ରତାପ ନାୟକ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ |

Post a Comment

Previous Post Next Post