(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରିଷଦ ଦ୍ଵାରା ପରିଚାଳିତ ପରୀକ୍ଷା ଫଳ ପ୍ରକାଶ ପାଇଛି । ସେଥିରେ ବ୍ରହ୍ମପୁର, ଖୋଡ଼ାସିଙ୍ଗି ସ୍ଥିତ ବେଦବ୍ୟାସ ଆବାସିକ ମହାବିଦ୍ୟାଳୟ ର 100% ସଫଳତା ସହିତ କୃତିତ୍ୱ ହାସଲ ହୋଇଛି । ଏହି ପରୀକ୍ଷା ରେ ମହାବିଦ୍ୟାଳୟ ର ସମୁଦାୟ ୧୭୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୯ ଜଣ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀ ରେ ୨୨ ଜଣ ଦ୍ୱିତୀୟ ଶ୍ରେଣୀ ରେ ଏବଂ ୦୨ ଜଣ ତୃତୀୟ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।ଅନୁଷ୍ଠାନର ଛାତ୍ର ମାନଙ୍କ ମଧ୍ୟରେ ବିଷ୍ଣୁ ପ୍ରସାଦ ପଣ୍ଡା ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ମାନଙ୍କ ମଧ୍ୟରେ ଅମ୍ରିତା ପଣ୍ଡା ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି । ସମୁଦାୟ ୧୭୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୭ ଜଣ ପରୀକ୍ଷାର୍ଥୀ ୮୦% ରୁ ଆଧିକ ମାର୍କ ରଖି
ଉତ୍ତୀର୍ଣ୍ଣ କରିଛନ୍ତି ।
ମହାବିଦ୍ୟାଳୟ ର ଅପୂର୍ବ ସଫଳତା କୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ଚଳିତ ବର୍ଷ ପରୀକ୍ଷା ରେ ସଫଳତା ଲାଭ କରିଥିବା ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ବିଷୋୟୀ, ସଂପାଦକ ଶ୍ରୀ ମନୋଜ କୁମାର ବେହେରା, ନିର୍ଦ୍ଦେଶକ ଶ୍ରୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଅଧକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ସାହୁ, ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।