ସ୍ବାମୀ ପରିତ୍ୟକ୍ତl ମହିଳାଙ୍କ ଶେଷକୃତ୍ୟ ସମ୍ପର୍ନ୍ନ କଲେ, ରେଡ୍-କ୍ରସ୍ ରାପିଡ୍ ରେସ୍ ପନ୍ସ ଗ୍ରୁପ୍ ସଦସ୍ୟ*



ଢେଙ୍କାନାଳ, ମୋ ନିୟୁଜ ଓଡିଶା ୧୭/୫/୨୦24

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ଭେଷଜ ବିଭାଗରେ,, ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରେନ୍ ଷ୍ଟ୍ରୋକ୍ ଜନିତ ଦୁଃଖଦ ମୃତ୍ୟୁ ବରଣ କରନ୍ତି ,, ସ୍ବାମୀ ପରିତ୍ୟକ୍ତl 45 ବର୍ଷୀୟ ମହିଳା ଏଲିମା ସାହୁ l କାମାକ୍ଷା ନଗର  ଉପଖଣ୍ଡ, ଅଁଳା ବେରେଣୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ,  ଖଟୁଆହତl ଗ୍ରାମ ନିବାସୀ ମୃତ ମହିଳାଙ୍କ ପାଖରେ, ମାତୃଶୋକ ଜର୍ଜରିତ ତାଙ୍କର ୧୨ ବର୍ଷର ପୁତ୍ର ଓମ୍ ସତ୍ୟ ମହିମା ,,, ଅସହାୟ ଅବସ୍ଥାରେ  କାନ୍ଦୁଥିବାର ଦେଖି, ରେଡ୍ କ୍ରସ୍ ରାପିଡ଼ ରେସ ପନ୍ସ ଗ୍ରୁପ୍ ସଦସ୍ୟl ସୁଶ୍ରୀ କବିତା ବେହେରା ତାଙ୍କୁ ଆଶ୍ୱାସନା ଦେବା ସହ ରେଡ୍ -କ୍ରସ୍ ଗ୍ରୁପ୍ର ମୁଖ୍ୟ ସଂଯୋଜକ ରୋଟାରୀଆନ୍ ରାଜ୍ କିଶୋର ବେହେରା ଙ୍କ ଉଦ୍ୟମରେ ମହିଷl ପାଟ ସ୍ଥିତ ଖାଇରଗଡା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି l 

ଯଥାରୀତି ଅନୁସାରେ, ଏହି ସଧବା ମହିଳାଙ୍କୁ ଅହ୍ୟ ସୁଲକ୍ଷଣୀ ବେଶ କରାଯାଇ, ତାଙ୍କର ୧୨ ବର୍ଷୀୟ ନାବାଳକ ପୁତ୍ର ଓମ୍ ସତ୍ୟ ମହିମା ସାହୁ ମୁଖlଗ୍ନି ଦେଇଥିଲେ l ବରିଷ୍ଠ ସଦସ୍ୟ ଦିଲ୍ଲୀପ କୁମାର ସାହାଣୀ ଓ ରାମେଶ୍ବର ମାଇତିଙ୍କ ତତ୍ତ୍ଵlବଧlନରେ ସୁଶ୍ରୀ ଶୈଳବାଳା ମିଶ୍ର, କାଦମ୍ବରି ମହାଖୁଡ, କବିତା ବେହେରା, ସ୍ବପ୍ନlରାଣୀ ଜେମ୍ସ, ଦିପୁନା ପ୍ରଧାନ, ପଦ୍ମନାଭ ନାୟକ ଓ ମନୋଜ କୁମାର ନାୟକ ପ୍ରମୁଖ ଦାହ ସଂସ୍କାର କରିଥିଲେ l ରେଡ୍ କ୍ରସ୍ ଆଜୀବନ ସଭ୍ୟ ମହେଶ ପ୍ରସାଦ ଅଗ୍ରୱାଲ,  ଶିବ ପ୍ରସାଦ ପଣ୍ଡା ଓ ସୁଜିତ୍ କୁମାର ନନ୍ଦ ପ୍ରମୁଖ ସହଯୋଗ କରିଥିଲେ l 


Post a Comment

Previous Post Next Post