୯୦ ଲକ୍ଷ ଟଙ୍କା ନିର୍ମିତ ପାର୍କ ଜରାଜୀର୍ଣ୍ଣ



  ଆର୍,ଉଦୟଗିରି-୧୪/୪- ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସି ପଞ୍ଚାୟତ ଡୁମ୍ବା ଗ୍ରାମ ଠାରେ ପ୍ରାୟ ୯୦ ଲକ୍ଷ ଟଙ୍କାରେ ନିର୍ମାଣ ଡୁମ୍ବା ପାର୍କଟି ଉପଯୁକ୍ତ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡିଛି । ଫଳରେ ସ୍ଥାନୀୟ ଜନସାଧାରଣ ଏଥିରୁ ଲାଭ ପାଇ ପାରୁନାହାନ୍ତି । ପ୍ରକାଶ ଯେ ଡୁମ୍ବା ନାମରେ ନାମିତ ଏହି ପାର୍କଟି ବ୍ଲକ ଦ୍ଵାରା ନିର୍ମାଣ କରାଯାଇଥିଲା। ଏଥିରେ ପ୍ରାୟ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ଏବଂ ବ୍ଲକର ବିଭିନ୍ନ ଫଣ୍ଡରୁ ୮୦ ଲକ୍ଷ ଖର୍ଚ୍ଚ କରି ଏ ପାର୍କ ନିର୍ମାଣ କରାଯାଇଛି। ଯାହାକୁ ଗଜପତି ଜିଲ୍ଲାପାଳ ସୃତିରଞ୍ଜନ ପ୍ରଧାନ ଉଦଘାଟନ କରିଥିଲେ। ଜଳାଫୁଆର ସହ ଟାଇଲ ପକାଯାଇଛି। ସୁନ୍ଦରତା ପାଇଁ ପକାଯାଇଥିବା ଟାଇଲସ ଗୁଡା ଉଠିଯାଇଛି , ଗଛ ଗୁଡା ବିନା ପାଣିରେ ଶୁଖିଯାଇଛି । ସ୍ଥାନୀୟ ମା ବ୍ରାହ୍ମୁଣୀ ନାମକ ସମିତିକୁ ଏହାର ରକ୍ଷଣବେକ୍ଷଣ ଦାୟିତ୍ଵ ଦିଆଯାଇଛି। ପ୍ରତ୍ୟେକ ଛୋଟ ଓ ବଡ ସମସ୍ତଙ୍କ ଠାରୁ ୧୦ ଟଙ୍କା ପ୍ରବେଶିକା ଫି ବାବଦକୁ ଆଦାୟ ହେଉଛି। କିନ୍ତୁ ପାର୍କର ରକ୍ଷଣବେକ୍ଷଣ ପ୍ରତି ଦୁଷ୍ଟି  ଦିଆଯାଉନାହିଁ। ଫଳରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ପାର୍କଟି ସ୍ଥାନୀୟ ଲୋକଙ୍କ ମନରଞ୍ଜନ କାମରେ ଲାଗୁନାହିଁ। ବହୁ ଦୂର ଦୁରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ଆର ଉଦୟଗିରି ଠାରୁ ଜିରଙ୍ଗା, ଖସଡ଼ା ଓ ମାଙ୍କଡଡ଼ିଆ ପ୍ରଭୁତି ଦର୍ଶନୀୟ ସ୍ଥାନକୁ ଯାଉଛନ୍ତି। ସେମାନେ କିଛି ସମୟ ପାର୍କରେ ସମୟ ଅତିବାହିତ କରିଥାନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଗଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି।  ୧୦ ଲକ୍ଷ ଉଦ୍ଧ୍ବ ଟଙ୍କା କାମକୁ ଟେଣ୍ଡର ଦ୍ବାରା କରାଯିବାର ସରକାରଙ୍କ ନର୍ଦେଶ ଥିବା ସତେ କେଉଁ ନିୟମ ପ୍ରକାରେ ଆର,ଉଦୟଗିରି ବିଡିଓ  କନିଷ୍ଠ ଯନ୍ତୀ ନାମରେ କାମରଖି ୯୦ ଲକ୍ଷ ଉଦ୍ଧ୍ବ ଟଙ୍କାର ଡୁମ୍ବାପାର୍କ କାମ କରାଯାଉଛି । ସରକାରଙ୍କ ନିୟମ ପ୍ରକାରେ କାମ କରିବା ପୂର୍ବ ସେହି କାମର ସୂଚନା ଫଳକ କରିବା କଥା ମାତ୍ର ଡୁମ୍ବାପାର୍କ କାମରେ ସୁଚନା ଫଳକ ଦେଖିବାକୁ ମିଳୁନି । ସାଧାରଣରେ ଚର୍ଚା ହେଉଛି ଯେ ଲୋକଙ୍କୁ ଅନ୍ଧାରରେ ରଖିବା ପାଇଁ ବ୍ଳକ ପ୍ରଶାସନ ଜାଣି ଜାଣି ସୁଚନା ଫଳକ ରଖିନାନ୍ତି କି? କାଳେ ସୁଚନା ଫଳକ ରଖିଥିଲେ ଲୋକେ କାମ ମୂଲ୍ୟ ଜାଣିଦେବେ । 

ଏହି ପାର୍କ କାମରେ କେତେ ଟଙ୍କା ଚର୍ଚ ହୋଇଛି ବୋଲି ବ୍ଳକ ଅଧିକାରୀଙ୍କୁ ସଠିକ୍ ଉତ୍ତର ଦେଇପାରୁ ନାହାନ୍ତି । ଡମ୍ବାଠାରେ ନିର୍ମାଣ ହୋଇଥିବା ପାର୍କରେ ଖର୍ଚ ମୂଲ୍ୟ ନଦେବାର କାରଣ କଣ । ଏହି ପାର୍କ ନିକଟରେ ଲୋକଙ୍କ ପାଇଁ ବକ୍ଳ ପ୍ରଶାସନ ତରଫରୁ ମହିଳାମଣ୍ଡଳ ତରଫରୁ ଏକ କାଫେ ନିର୍ମାଣ କରାଯାଇଥିଲା । ଏହି କାଫେକୁ  ଏହି ଅଞ୍ଚଳର  ମହିଳାମଣ୍ଡଳ କରିବାକୁ ଦିଆଯାଇଥିଲା ସେମାନେ କିଛି କାଫେ ଚଲେବାପରେ ଏବେ ସେହି କାଫେକୁ ବାହର ଲୋକଙ୍କୁ ଭଡା ଦିଆଯିବାର ଦେବାକୁ ମିଳିଛି । ଏହି ପାର୍କର ସମସ୍ତ କାମ କରିବାକୁ ବିଡିଓ ଓ ଦାୟତ୍ବଥିବା ଯନ୍ତୀ ଠିକାଦାର ଆଣି କାମ କରିଥିବା କାମ ହେବାର ଅପଦିନପରେ ପାର୍କ ନଷ୍ଟ ହେବାକୁ ଗଲାଣି । ଡୁମ୍ବା ପାର୍କରେ କାମ ଦୁର୍ନିତୀ ବିଭାଗ ଏବଂ ସିବିଆଇ ବିଭାଗ ଦ୍ବାରା ତଦନ୍ତ କରାଗଲେ ଏହାର ପ୍ରକୃତ ରହସ୍ୟ ପଦାକୁଆସିପାରନ୍ତା ବୋଲି ସାଧାରଣରେ ଦାବି ହେଉଛି ।


ଗଜପତି ଜିଲ୍ଲା ଆର,ଉଦୟଗିରି ମନୋଜ କୁମାର ପାଢୀଙ୍କ ରିପୋର୍ଟ

Post a Comment

Previous Post Next Post