ଦିନେ ଛଡା ଦିନେ ପାଳି କରି ଜନସ୍ୱାସ୍ଥ୍ୟ ବିଭାଗ ଦେଉଛି ପାଣି, ପାରଳା ସହରରେ ଅଗ୍ନିବର୍ଷା ସାଙ୍ଗକୁ ପିଇବା ପାଣିର ଘୋର ଅଭାବ

ଗଜପତି ମୋ ନିୟୁଜ ଓଡିଶା ,(୨୯/୪/୨୦୨୪): ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଗ୍ନିବର୍ଷା ଭଳି ଖରା ହେଉଛି. ଫଳରେ ପାରଳାଖେମୁଣ୍ଡି ସହରକୁ ମୁଖ୍ୟତଃ ପାଣି ଯୋଗାଇ ଆସୁଥିବା ମହେନ୍ଦ୍ରତନୟା ନଦୀ ସମ୍ପୂର୍ଣ ଶୁଖିଯାଇଛି. ଫଳରେ ପାରଳାଖେମୁଣ୍ଡି ସହରରେ ଜନସ୍ୱାସ୍ଥ୍ୟ ବିଭାଗ ପାନୀୟଜଳ ଯୋଗାଇବାକୁ ସମର୍ଥ ହୋଇପାରୁନି । ସହରବାସୀଙ୍କୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ ପାନୀୟଜଳ ଯୋଗାଇ ଦିଆଯାଉଛି ଅଳ୍ପ ସମୟ ପାଇଁ ପାଣି ଯୋଗାଣ ହୋଇ ବନ୍ଦ ହୋଇଯାଉଛି। ସହରବାସୀ  ଚଳିତ ବର୍ଷ ଭଳି ଜଳ କଷ୍ଟ ଓ ପ୍ରବଳ ଉତ୍ତାପ କେବେ ଦେଖିନାହୁଁ. ପ୍ରଥମ ଥର ପାଇଁ ଅସହାୟ ହୋଇପଡିଛି ପାନୀୟଜଳ ସଂକଟ ଉତ୍କଟ ରୂପ ଧାରଣ କଲାଣି | ଗ୍ରୀଷ୍ମ ପ୍ରବାହ କାରଣରୁ ସହରର ଭୂତଳ ଜଳସ୍ତର ହ୍ରାସ ପାଇବା ସହ କୂଅ, ପୋଖରୀ ଓ ସାଗର ମଧ୍ୟ ଶୁଖିଗଲାଣି ଅନ୍ୟପଟେ ସହରର ଆବଶ୍ୟକ‌କୁ ଦୃଷ୍ଟିରେ ରଖି ଜନସ୍ବାସ୍ଥ୍ୟ ବିଭାଗ ଯେଉଁ ପାଣି ଦେଉଛନ୍ତି ତାହା ସମୁଦ୍ରକୁ ଶଙ୍ଖ ଭଳି. ବର୍ତ୍ତମାନ ଦିନେ ଛତା ଦିନେ ପାଇପ୍ ମାଧ୍ୟମରେ ଜଳ ଯୋଗାଣ ହେଉଥିବାରୁ ପିଇବା ପାଣି ଟୋପେ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ପାନୀୟଜଳ ପାଇଁ ବହୁ ଲୋକ କୂଅ ଉପରେ ନିର୍ଭର କରୁଛନ୍ତି। ହେଲେ ଜଳସ୍ତର ହ୍ରାସ ଯୋଗୁଁ କୂଅ ଗୁଡିକ ଶୁଖି ଯିବା ଯୋଗୁଁ ପାଣି ଯୋଗାଣ ହୋଇପାରୁନାହିଁ. ମୋଟ ଉପରେ କହିବାକୁ ଗଲେ ପାରଳା ସହରରେ ଜଳ ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି. ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି.

Post a Comment

Previous Post Next Post