ସ୍ୱାଧୀନ ପ୍ରାର୍ଥୀ ସାମ୍ବାଦିକ ଆମୋଦ ବର୍ଦ୍ଧନଙ୍କ ପ୍ରଚାର ଜମିଲା



ଗଜପତି ମୋ ନିୟୁଜ ଓଡିଶା ୨୯/୪/୨୦୨୪ ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ପ୍ରଥମଥର ପାଇଁ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବ ସାମ୍ବାଦିକ ଆମୋଦ କୁମାର ବର୍ଦ୍ଧନ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ନାମାଙ୍କନ କରି ଯେଉଁ ଇତିହାସ ସୃଷ୍ଟି କରିଛନ୍ତି । ସେହିଭଳି ନିଜ ଖ୍ରୀଷ୍ଟିଆନ ଓ ଦଳିତ ସମ୍ପ୍ରଦାୟର ଓ ବିଭିନ୍ନ ବର୍ଗର ଲୋକଙ୍କ ସହଯୋଗ ଓ ସମର୍ଥ ଦେଖିବାକୁ ମିଳୁଛି । କାରଣ ନାମାଙ୍କନ ଦାଖଲ କଲାପରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଆମୋଦ କୁମାର ବର୍ଦ୍ଧନ ଭିନ୍ନ ଭିନ୍ନ ବର୍ଗର ଲୋକଙ୍କ ନିକଟରେ ପହଂଚି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ଓ ଅବଗତି ହେଉଛନ୍ତି ମଧ୍ୟ ସେମାନଙ୍କ ସମସ୍ୟା ଆଗାମୀ ଦିନମାନଙ୍କରେ ନିଶ୍ଚିତ ସମାଧାନ ହେବାର ପ୍ରତିଶ୍ରୁତି ଦେଉଛନ୍ତି । ବିଶେଷ କରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗାଇବା , ମାଲିଆର, ଅଣ୍ଡରସିଂ,ନାମନଗଡ ଗ୍ରାମ ମାନଙ୍କରେ ଅତ୍ୟଧିକ ପରିମାଣରେ ପିଇବା ପାଣିର ସମସ୍ୟା ଦେଖିବାକୁ ମିଳିଛି । ଗାଁ ଗାଁରେ ସରକାରଙ୍କ ତରଫରୁ ଟ୍ୟାପ ଲଗାଯାଇଛି କିନ୍ତୁ ଟ୍ୟାପରେ ପାଣି ଆସୁନଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ଆମୋଦ କୁମାର ବର୍ଦ୍ଧନ ବୁଥ୍ ସ୍ତରରେ ପହଞ୍ଚି ସାଧାରଣ ଜନତାଙ୍କ ସହ ଯେଉଁ ସମ୍ପର୍କ ସ୍ଥାପନ କରୁଛନ୍ତି ଭୋଟର ଶ୍ରୀ ଆମୋଦ ବର୍ଦ୍ଧନଙ୍କ ପ୍ରତି ସନ୍ତୁଷ୍ଟ ବ୍ୟକ୍ତକରି ସମ୍ପୂର୍ଣ୍ଣ ରୂପେ ସହଯୋଗ ସମର୍ଥନ କରୁଛନ୍ତି କାରଣ ମଲିଆର ଗ୍ରାମର ଜଣେ ବୃଦ୍ଧବ୍ୟକ୍ତି ଦୀର୍ଘଦିନ ହେଲା ଗଳଗଣ୍ଡ ରୋଗରେ ଆକ୍ରାନ୍ତ ହୋଇ ବହୁକଷ୍ଟରେ ଜୀବନ ଯାପନ କରୁଛନ୍ତି ,ତାଙ୍କ ପାଖେ ନା BSKY କାର୍ଡ ଅଛି, ନା ଚିକିତ୍ସା ପାଇଁ କୌଣସି ନେତାଙ୍କ ଉଚିତ୍ ପଦକ୍ଷେପ ନେଉଛନ୍ତି ତେବେ ଉକ୍ତ ବୃଦ୍ଧଙ୍କ ପାଖେ ଶ୍ରୀ ବର୍ଦ୍ଧନ ପହଞ୍ଚି ତାଙ୍କର ଚିକିତ୍ସା ବ୍ୟବସ୍ଥା ଅତିଶୀଘ୍ର କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି ଏହିଭଳି ଜନହିତ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଅଞ୍ଚଳବାସୀ ଶ୍ରୀ ଆମୋଦ ବର୍ଦ୍ଧନଙ୍କୁ ଶତପ୍ରତିଶତ ସମର୍ଥନ ଦେବା ସହ ଜାତୀୟ ଓ ଆଞ୍ଚଳିକ ଦଳକୁ ଏକ ପ୍ରକାର ଉପେକ୍ଷା କରୁଛନ୍ତି । କାରଣ ଜାତୀୟ ଓ ଆଞ୍ଚଳିକ ଦଳ କେବଳ ଭୋଟ ଆବେଦନ ନିମନ୍ତେ ଜନତାଙ୍କ ପାଖରେ ପହଞ୍ଚୁଚନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ସମସ୍ୟାକୁ ବୁଝିବାକୁ କୌଣସି ଦଳ ଆସିନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି

Post a Comment

Previous Post Next Post