ଅଳ୍ପକେ ବର୍ଷିଲେ ଯାତ୍ରୀ, ବୁଢୀଶୀଳ ଘାଟିରେ ଖସିଲା ବସ୍

ଆର,ଉଦୟଗିରି ମୋ ନିୟୁଜ ଓଡିଶା ,(ମନୋଜ କୁମାର  ପାଢୀ/୨୯/୪/: ଗଜପତି ଜିଲ୍ଲାର ଆର.ଉଦୟଗିରି ଠାରୁ ୪କିମି. ଦୂର ବୁଢୀଶୀଳ ଘାଟିରେ ପାରଳାଖେମୁଣ୍ଡିରୁ ମୋହନା ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ (ଓଡି୨୦-୪୮୯୨) ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ଷିଯାଇଛି। ପୂର୍ବାହ୍ନ ୯ଟା ସମୟରେ ବସ୍‌ଟି ଘାଟି ଉଠୁଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା । ତେବେ ସୌଭାଗ୍ୟବଶତଃ ବସ୍‌ଟି ଏକ ବଡ ପଥରରେ ବାଡେଇ ହୋଇ ଅଟକି ଯାଇଥିଲା । ଯଦ୍ୱାରା ବସ୍‌ରେ ବସିଥିବା ୪୦ରୁ ଅଧିକ ଯାତ୍ରୀଙ୍କ କିଛି କ୍ଷତି ହୋଇନଥିବା ଜଣାପଡ଼ିଛି।

Post a Comment

Previous Post Next Post