ଆକାଶରୁ ହେଉଛି ଅଗ୍ନିବର୍ଷା। ଅସ୍ତବ୍ୟସ୍ତ ଜନଜୀବନ। ଉପାନ୍ତରୁ ଉପକୂଳ ଖରାର ପ୍ରକୋପ ବଢ଼ିବାରେ ଲାଗିଛି । ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି।ଗଞ୍ଜାମ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। ଏନେଇ ଆସନ୍ତା କାଲି ଅର୍ଥାତ୍ ମଂଗଳବାର ପାଇଁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଉଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଦିନ ସାଢ଼େ ୧୧ଟା ସୁଦ୍ଧା ରେକର୍ଡ ଭାବେ ତାପମାତ୍ରା ବୃଦ୍ଧି ପାଇଛି। ମଂଗଳବାର ଜିଲ୍ଲାରେ ୩୮ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଜିଲ୍ଲାରେ ଉତ୍ତର ପ୍ରଶ୍ଚିମ ଦିଗରୁ ପ୍ରଚୁର ମାତ୍ରାରେ ଗରମ ଶୁଷ୍କ ବାୟୁ ପ୍ରବେଶ କରୁଛି। ଯାହା ଫଳରେ ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।


