ନମ୍ବର୍ ୩୯ରେ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାନଗର ନିଗମ ୱାର୍ଡ଼ ନମ୍ବର୍ ୩୯ ଠାରେ ସ୍ଥାନୀୟ ଜଳେଶ୍ଵରଖଣ୍ଡି ଗ୍ରାମ ବାସୀଙ୍କ ତରଫରୁ ଆୟୋଜିତ ନିର୍ବାଚନୀ ସମ୍ବର୍ଦ୍ଧନା ସଭାରେ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ବିକ୍ରମ କୁମାର ପଣ୍ଡା ମହୋଦୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପୂର୍ବକ ପୁଷ୍ପଗୁଚ୍ଛ ଅର୍ପଣ କରି ବହୁ ବରିଷ୍ଟ ନାଗରିକ ତଥା ଗ୍ରାମର ଆବାଳ ବୃଦ୍ଧ ବନିତା ଆଗାମୀ ସାଧାରଣ ନିର୍ବାଚନରେ ନିଶ୍ଚୟ ଶଙ୍ଖ ଚିହ୍ନରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ସୁଇଚ ଟିପି ଏକ ଦୃଷ୍ଟନ୍ତକାରୀ ଭୋଟ ବ୍ୟବଧାନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ଜୟଯୁକ୍ତ କରି ଇତିହାସ ସୃଷ୍ଟି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ପ୍ରାର୍ଥୀଙ୍କ ସହିତ ସ୍ଥାନୀୟ ସମସ୍ୟା ତଥା ସମାଧାନ ପନ୍ଥା ଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ l

Post a Comment

Previous Post Next Post