ଗଞ୍ଜାମ ମୋ ନିୟୁଜ ଓଡିଶା :(ମନ୍ଦିରରେ ପହଂଚିଲେ ବିଜେଡି ସୁପ୍ରିମୋ । ସାଙ୍ଗରେ ୫ଟି ଅଧ୍ୟକ୍ଷ ରହିଛନ୍ତି । ପାଖାପାଖା ୧୫ ମିନିଟର ପୁଜାର୍ଚ୍ଚନା କରାଯାଇଥିଲା । ମନ୍ତ୍ର ପାଠ କରି ସ୍ୱାଗତ କରାଯାଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ମାଙ୍କ ମନ୍ଦିରରେ ଦ୍ୱୀପ ପ୍ରଜ୍ଜଳନ କରିବା ସହ ମାଙ୍କ ଆର୍ଶିବାଦ ଲୋଡିଲେ ବିଜେଡି ସୁପ୍ରିମୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ।
ପ୍ରଥମେ ମାଆଙ୍କୁ ଦର୍ଶନ କରିଛନ୍ତି ପରେ ଛତ୍ରପୁର ଯାଇ ସେଠାରେ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ପକ୍ଷରୁ ଛତ୍ରପୁରରେ ବିରାଟ ପଟୁଆରର ଆୟୋଜନ କରାଯାଇଛି । ଦକ୍ଷିଣାଂଚଳ ଆଇଜି ଓ ଗଂଜାମ ଏସପି ଅସ୍ଥାୟୀ ହେଲିପ୍ୟାଡ ଅଂଚଳ, ଛତ୍ରପୁର ଉପଜିଲ୍ଲାପାଳ ଅଫିସ୍ ଓ ସହରର ବିଭିନ୍ନ ଇଲାକାରେ ତଦାରଖ କରିଛନ୍ତି । ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି
ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବ । ୨୦୦୦ ମସିହାରୁ ଲଗାତର ଭାବେ ହିଞ୍ଜିଳି ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ଥର ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସହ କଂଟାବାଞ୍ଜି ଆସନରୁ ମଧ୍ୟ ଲଢୁଛନ୍ତି ।
Tags:
ରାଜନୀତି