ମା ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ କଳସ ଯାତ୍ରା


ଢେଙ୍କାନାଳ ମୋ ନିୟୁଜ ଓଡିଶା ଜୁବୁଲି ଟାଉନ୍ ସ୍ଥିତ ଶାନ୍ତିଲତା ନଗର ଠାରେ ମା ତାରିଣୀ ମନ୍ଦିରର ପ୍ରତିଷ୍ଠାତା ଉତ୍ସବ ଉପଲକ୍ଷେ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜେଲ୍ ପୋଖରୀ ଠାରୁ ପୂଜାର୍ଚ୍ଚନା କରାଯାଇ ସଂକ୍ରିତନ ମଣ୍ଡଳୀ ଦ୍ବାରା ପରିକ୍ରମା କରାଯାଇ ମନ୍ଦିର ନିକଟକୁ ଅଣାଯାଇ ଅଧିବାସ ପୂଜା ଆରମ୍ଭ ହୋଇଥିଲା। ମନ୍ଦିର ର ମୁଖ୍ୟ ଶ୍ରୀଯୁକ୍ତ ନାମରତ୍ନା ପଣ୍ଡା ଓ ଶ୍ରୀମତୀ ସବିତା ପଣ୍ଡା,କର୍ତ୍ତା ଦେବି ପ୍ରସାଦ ମହାପାତ୍ର କର୍ତ୍ତୀ ନର୍ମଦା ମହାପାତ୍ର,ପୂଜକ କବି ରୁଦ୍ରନାରାୟଣ କବି ସତପଥି ଓ ତାଙ୍କ ସାଥିମାନେ ପୂଜା କାର୍ଯ୍ୟ କରିବା ସହ ଏହି କାର୍ଯ୍ୟକ୍ରମ ୨୧,୨୨,୨୩  ତିନି ଦିନ ଧରି ପୂଜା କାର୍ଯ୍ୟ ଚାଲୁରହିବ। ରଶ୍ମି ରଞ୍ଜନ ପଣ୍ଡା, ସ୍ବର୍ଣଲକ୍ଷ୍ମୀ ପଣ୍ଡା,ଜୁଲି ପାଲ୍ , ସୁଜାତା ପଣ୍ଡା, ସୁଭଶ୍ରୀ ପଣ୍ଡା, ପ୍ରିୟଦର୍ଶନୀ ପଣ୍ଡା, ସାସ୍ବତୀ ପାଣି, ସଞ୍ଜୁବାଳା ପଣ୍ଡା, ନିଳୀମା ରଥ, ଇତିଶ୍ରୀ ପଣ୍ଡା, ସୁହାନୀ ମିଶ୍ର ଓ ବିକାଶ ମିଶ୍ର ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମ ପାଳିତ ହେଉଅଛି


Post a Comment

Previous Post Next Post