ଗଜପତି ମୋ ନିୟୁଜ ଓଡିଶା ୧୭/୪/:ଗଜପତି ଜିଲ୍ଲାର ପୁରପଲ୍ଲୀର ଗରିବ ପରିବାରର ବଣମଲ୍ଲୀ ଓଡିଶା ଓ ସମଗ୍ର ଭାରତ ପାଇଁ ଗୌରବ ଓ ସମ୍ମାନର କାରଣ ହୋଇପାରିଛନ୍ତି. କଥାରେ ଅଛି ବଣମଲ୍ଲୀ ବଣରେ ରହିଥାଏ । ଏହାର ମହକ ଜନମାନସରେ ପହଞ୍ଚିନଥାଏ । କିନ୍ତୁ ଏପରି ଏକ ବଣମଲ୍ଲ ଆଜି ସମଗ୍ର ଗଜପତି ଜିଲ୍ଲା ସମେତ ରାଜ୍ୟ ତଥା ଦେଶରେ ମହକିଛି I ପୁରପଲ୍ଲୀର ଏକ ଗରିବ ପରିବାରରୁ ଜନ୍ମ ଗ୍ରହଣ କରିଥିବା ପାବନା ଶବର ଆଜି ଜାତୀୟସ୍ତରରେ ବେଶ ଖ୍ୟାତି ଅର୍ଜନ କରି ସମ୍ପ୍ରତି ଗୁଜରାଟ ତରଫରୁ ଖୋ ଖୋ ଖେଳୁଛନ୍ତି I ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ନିକଟସ୍ଥ ଭେଙ୍କଟାପୁରର ଗରିବ ଆଦିବାସୀ ପରିବାରରେ ପାବନୀଙ୍କ ଜନ୍ମ। ୨୦୧୨ରେ ବାପାଙ୍କ ଅକାଳ ବିୟୋଗ ଘଟିଥଲା। ମାଆ ସମ୍ବାରୀ ଶବର ଆର୍ଥିକ ଅନଟନରେ ମଧ୍ୟରେ ଚାରି ସନ୍ତାନଙ୍କ ଲାଳନପାଳନ ସହ ପାଠ ପଢ଼ାଇଥିଲେ I ତିନି ଭାଇ ଜଣେ ଭଉଣୀଙ୍କ ମଧ୍ୟରେ ପାବନୀ ସର୍ବକନିଷ୍ଠ ପାବନୀ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ନିଜ ଗ୍ରାମ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଷଷ୍ଠ ଶ୍ରେଣୀ ଗାରବନ୍ଧସ୍ଥିତ ଶ୍ରୀ ଭେଙ୍କେଟେଶ୍ଵର ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିଥିଲେ । ଏଠାରେ ତାଙ୍କର ଖେଳ ପ୍ରତିଭାକୁ ବାରି ପାରିଥିଲେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅଭିନ୍ନ ବାସୁଦେବ ମିଶ୍ର। ପାବନା ବିଦ୍ୟାଳୟରେ ହେଉଥିବା ଖେଳରେ ଭାଗ ନେଇ ପ୍ରଶଂସିତ ହେଉଥିବାର ଦେଖ୍ ବିଦ୍ୟାଳୟର ପ୍ରଧାନଶିକ୍ଷକ ବି.ତିରୁମଲା ରାଓ ପଟ୍ଟନାୟକ ଏବଂ କ୍ରୀଡ଼ା ଶିକ୍ଷକ ଶ୍ରୀ ମିଶ୍ର ଉତ୍ସାହିତ କରିଥିଲେ। ୨୦୧୬ରେ କଟକରେ ଅନୁଷ୍ଠିତ ଆଦିବାସୀ କ୍ରୀଡ଼ାରେ ପାବନା ବିଦ୍ୟାଳୟସ୍ତରୀୟ କ୍ରୀଡ଼ାରେ ଖୋଖୋ ଟିମ୍ରେ ଭାଗ ନେଇ ସ୍ବର୍ଣ୍ଣପଦକ ପାଇଥିଲେ। ଏହାପରେ ସେ ଆଉ ପଛକୁ ଚାହିଁନାହାନ୍ତି। ବିଦ୍ୟାଳୟର ଖୋ ଖୋ ଟିମ୍ରେ ସ୍ଥାନ ପାଇଥିବା ପାଇଥିବା ପାବନା ଏବଂ ତାଙ୍କ ଟିମ୍ର ବିଦ୍ୟାଳୟସ୍ତରରେ ହେଉଥିବା ସମସ୍ତ ଖୋଖୋ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବା ସହ ବ୍ଲକ ସମେତ ଗଜପତି ଜିଲ୍ଲାରେ ସଫଳତା ହାସଲ କରିଥିଲା I ଦଶମ ଶ୍ରେଣୀ ପାସ୍ ହେବା ପରେ ଗୁରାଣ୍ଡିସ୍ଥିତ ମୀନକେତନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସେ ଯୁକ୍ତ ଦୁଇ ଅଧ୍ୟୟନ କରିଥିଲେ | ଉଚ୍ଚମାଧ୍ଯମିକ ସ୍ତରରେ ମଧ୍ୟ ସେ ବହୁ ସୁନାମ ଅର୍ଜନ କରିଥିଲେ। ପରେ ନିଜ ଶିକ୍ଷାରେ ଡୋରି ବାନ୍ଧିବାକୁ ମନସ୍ଥ କରିଥିଲେ ପାବନୀ । ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛ ନ ଥିବା ଯୋଗୁଁ କାମ ଅନ୍ଵେଷଣ ପାଇଁ ଅନୁସନ୍ଧାନ କରୁଥିଲେ। ହେଲେ ପୁଣି ଗାରବନ୍ଧସ୍ଥିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପଟ୍ଟନାୟକ ଏବଂ କ୍ରୀଡ଼ା ଶିକ୍ଷକ ଶ୍ରୀ ମିଶ୍ରଙ୍କ ସଂସ୍ପର୍ଶରେ ଆସିଥିଲେ ପାବନୀ | ଆର୍ଥିକ ଅନଟନ ସତ୍ତ୍ବେ ସେମାନେ ପାବନୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ପରାମର୍ଶ ଦେଇଥିଲେ | ପାବନୀ କିପରି ମାଗଣା ଶିକ୍ଷା ଲାଭ କରିବେ ସେନେଇ ଭୁବନେଶ୍ବରର କିଟ୍ ଅନୁଷ୍ଠାନ ସହ ଯୋଗାଯୋଗ କରିଥିଲେ କ୍ରୀଡ଼ା ଶିକ୍ଷକ ଶ୍ରୀ ମିଶ୍ର କିଟ୍ ଅନୁଷ୍ଠାନ ପାବନୀଙ୍କ ପ୍ରତିଭା ପରଖ୍ ନିଜ ଅନୁଷ୍ଠାନରେ ନାମ ଲେଖାଇଥିଲେ। ବର୍ତ୍ତମାନ ପାବନୀ ଯୁକ୍ତ ତିନିରେ ଅଧ୍ୟୟନରତ ଥିବା ବେଳେ ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଛନ୍ତି । ବର୍ତ୍ତମାନ ଛୁଟି ଥିବାରୁ ପାବନୀ ନିଜ ଗ୍ରାମକୁ ଆସିଛନ୍ତି। ଏହି ଅବସରରେ ସେ ଗାରବନ୍ଧସ୍ଥିତ ଶ୍ରୀ ଭେଙ୍କେଟେଶ୍ଵର ଉଚ୍ଚ ବିଦ୍ୟାଳୟକୁ ନିଜର ସ୍ମୃତି ସାଉଁଟିବାକୁ ଆସିଥିବା ବେଳେ ବିଦ୍ୟାଳୟ ତରଫରୁ ଭବ୍ୟ ସମ୍ବଦ୍ଧନା ଜ୍ଞାପନ କରାଯାଇଥିଲା। ପିଲାମାନଙ୍କୁ ପାଠପଢ଼ା ସହ ଖେଳ ପ୍ରତି ଦୃଷ୍ଟି ଦେବାକୁ ଉତ୍ସାହିତ କରିବା ପାଇଁ ବିଦ୍ୟାଳୟ ପରିଦର୍ଶନରେ ଆସିଥୁବା କହିଥିଲେ I ପ୍ରଧାନ ଶିକ୍ଷକ ଏବଂ କ୍ରୀଡ଼ା ଶିକ୍ଷକଙ୍କ ଉଦ୍ୟମ ଯୋଗୁଁ ଆଜି ଜାତୀୟସ୍ତରରେ ଖେଳିବା ପାଇଁ ସୁଯୋଗ ପାଇଛି । ଏହା ସହ ଜିଲ୍ଲା ପ୍ରଶାସନ, ଓଡ଼ିଶା ଖୋ ଖୋ ଆସୋସିଏସନ୍ର ଉଦ୍ୟମକୁ ଭୂୟସୀ ପ୍ରଶଂସା ମଧ୍ୟ କରିଛନ୍ତି ଜିଲ୍ଲା ପ୍ରଶାସନ ଖେଳକୁଦ ପ୍ରତି ପ୍ରୋତ୍ସାହନ କଲେ ବହୁ ପ୍ରତିଭାବାନ ଖେଳାଳି ସୃଷ୍ଟି ହୋଇପାରିବେ ବୋଲି ସେ କହିଛନ୍ତି.


