ପାରଳା ନିର୍ବାଚନ ମଣ୍ଡଳୀରେ ବିଜେପିର ଶକ୍ତି ପ୍ରଦର୍ଶନରେ ହଜାର ହଜାର କର୍ମୀଙ୍କ ଶୋଭାଯାତ୍ରା


ଗଜପତି -ମୋ ନିୟୁଜ ଓଡିଶା ୨୨/୪/୨୦୨୪/:ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ଅପରାହ୍ନରେ ପାରଳାଖେମୁଣ୍ଡି ବିଜେପି ବିଧାୟକ ପ୍ରାର୍ଥୀ କେ. ନାରାୟଣ ରାଓଙ୍କ ନେତୃତ୍ବରେ ଏକ ବିରାଟ ଶକ୍ତି ପ୍ରଦଶନ କରାଯାଇଥିଲା. ହଜାର ହଜାର କର୍ମୀ ବାଇକ ରାଲି ଲାବନ୍ୟଗଡ଼ରୁ ବାହାରି ପାରଳାଖେମୁଣ୍ଡିଠାରେ ପହଞ୍ଚଥିଲା। ଗୁରୁବାର ରାଜ୍ୟ କାର୍ଯ୍ୟାଳୟରେ ବହୁ ବିଜେଡି ନେତା ଓ କର୍ମୀ ଭାଜପାରେ ସାମିଲ ହୋଇଥିଲେ। ସେଠାରୁ ପାରଳାଖେମୁଣ୍ଡି ଫେରିବା ପରେ ଗୋସାଣି ବ୍ଲକ ଲାବନ୍ୟଗଡ଼ରୁ ଏକ ବିଶାଳ ବାଇକ ଶୋଭାଯାତ୍ରାର ଆୟୋଜନ କରିଥିଲେ। ଶୋଭାଯାତ୍ରା ଗାରାବନ୍ଧ, ଗୋସାଣି, ଗୁରାଣ୍ଡି ଇତ୍ୟାଦି ଗ୍ରାମରେ ପହଞ୍ଚି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଆଗାମୀ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ଭାଜପା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜୟ ଲାଭ କରିବ ବୋଲି କହିଛନ୍ତି ଶ୍ରୀ ରାଓ।

Post a Comment

Previous Post Next Post