ମୋହନାରେ ବିଜେଡି ର ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଙ୍କ ବିଶାଳ ବାଇକ ଶୋଭାଯାତ୍ରା …


 

 ଆର,ଉଦୟଗିରି (ମନୋଜ କୁମାର  ପାଢୀ/


୧୮/୪/୨୦୨୪        ନିୟୁଜ ଓଡିଶାମୋ                                  ଗଜପତି ଜିଲ୍ଲା ମୋହନା ବ୍ଲକରେ ପ୍ରଚାରକୁ ଓଲ୍ହାଇଛି ବିଜେଡି l ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଲବାରସିଂ ଠାରୁ ପ୍ରାୟ ୧ ହଜାର ରୁ ଅଧିକ ବାଇକ ରେ ବିଜେଡ଼ି କର୍ମିଙ୍କ ସହ ଶୋଭାଯାତ୍ରାରେ ବାହାରିଥିଲେ l ଚନ୍ଦ୍ରଗିରିରେ ରୋଡଶୋ ପରେ ଚାନ୍ଦିପୁଟରେ ପ୍ରଚାର କରିଥିଲେ l ପରେ ମୋହନା ହିଲଟପ କଲେଜ ଛକରୁ ବାହାରି ମୋହନା ବଜାରରେ ରୋଡ ଶୋ କରିଥିଲେ l ସେଠାରୁ ଅଡବା ଓ ବିରିକୋଟ ରେ ରୋଡ ଶୋ କରିଥିଲେ ଉଭୟ ନେତା l ରାଜ୍ୟରେ ଦୀର୍ଘ ୨୫ ବର୍ଷ ହେଲା ନବିନ ବାବୁଙ୍କ ନେତୃତ୍ୱରେ ବିକାଶ ଧାରା ଜାରି ରହିଛି l ଏଥର ମଧ୍ଯ ବିଜେଡ଼ି ବ୍ରହ୍ମପୁର ଲୋକସଭା ଦଖଲ ସହ ମୋହନା ବିଧାନସଭା ଆସନ ଦଖଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ମୋହନା ବିଧାନସଭା ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ l ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଏହି ଶୋଭାଯାତ୍ରାରେ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ପୃଥିବୀରାଜ ସାହୁ, ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ପୂର୍ଣ୍ଣବlସି ନାୟକ,ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବିଷୋୟୀ, ଚନ୍ଦ୍ର ମଲ୍ଲିକ, ହରିଶ୍ଚନ୍ଦ୍ର ପାତ୍ର, ରାମ ଦଳବେହେରା, ଯୁବନେତା ବିଳାସ ନାୟକ, ବ୍ଲକ ମହିଳା ସଭାନେତ୍ରୀ ଝୁମୁରି ବିର ପ୍ରମୁଖ ଯୋଗ ଦେଇଥିଲେ l

Post a Comment

Previous Post Next Post