ଗଜପତି ଜିଲା ଆର, ଊଦୟଗିରି ବ୍ଲକ ଅନ୍ତଗତ ମହେନ୍ଦ୍ରଗଡ ପଞ୍ଚାୟତର

 


ଆର, ଉଦୟଗିରି (ମନୋଜ  କୁମାର  ପାଢୀ/  ୧୧/୪/ 

ଗଜପତି ଜିଲା  ଆର, ଊଦୟଗିରି ବ୍ଲକ ଅନ୍ତଗତ ମହେନ୍ଦ୍ରଗଡ ପଞ୍ଚାୟତର  

 ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଙ୍କ ପୈତୃକ ଗାଆଁ ସୁଗାଡ ଠାରୁ ମାତ୍ର ସାତ କିଲୋମିଟର ଦୁରତାରେ ରହିଛି ମୌଳିକ ସୁବିଧାରୁ ବଂଚିତ ଗାଆଁ ଅରଖପଦା। ଗାଆଁ ରେ ବସବାସ କରନ୍ତି ପାଖା ପାଖି 25 ରୁ 30 ଆଦିବାସୀ ପରିବାର । ନା ଅଛି ଗମନା ଗମନ କୁ ପକ୍କା ରାସ୍ତା ନା ଅଛି ତୃଷ୍ଣା ମେଣ୍ଟେଇବାକୁ ଭଲ ପାଣି  ରାଜ୍ୟ ସରକାରଙ୍କ ପଚିଶ ବର୍ଷ ଶାସନ କଥା କୁହନ୍ତୁ ଅବା ସ୍ଥାନୀୟ ଜନ ପ୍ରତିନିଧି ଓ ନେତା ମନ୍ତ୍ରୀଙ୍କ କଥା କୁହନ୍ତୁ । ସମସ୍ତ ଙ୍କ ଦୃଷ୍ଟି ଆଦୁଆଳରେ ଏହି ଅରଖପଦା ଗାଆଁ । ନିର୍ବାଚନୀ ବେଳେ ଯାହା ଛାମୁଙ୍କ ଦେଖା ମିଳେ ଆଉ ଦିର୍ଘ ପାଞ୍ଚ ବର୍ଷ ପରେ ପୁଣି । ତାହାବି ନେତା ନୁହଁନ୍ତି କୁଜିନେତା । ଅନେକ ସମସ୍ୟାର ସାମ୍ନା କରି ଦିନ କାଟୁଛନ୍ତି ଏହି ଗ୍ରାମ ବାସୀ । ନିଶବ୍ଦ ଓ ଅନ୍ଧକାର ମୟ ଘଞ୍ଚ ଜଙ୍ଗଲ ମଧ୍ୟରେ  ନିଜର ଉଜ୍ବଳ ଭବିଷ୍ୟତକୁ ହଜାଇ ବିକାଶକୁ ଚାହିଁ ବସିଛନ୍ତି ଏହି ଗ୍ରାମ ବାସୀ । ବାରମ୍ବାର ସ୍ଥାନୀୟ ସରପଞ୍ଚ ସମିତି ଓ ବିଧାୟକ ଙ୍କୁ ନିଜର ଗୁହାରି କରି ବିଶ୍ୱାସ ହରାଇ ବସିଛନ୍ତି । ଅତ୍ୟନ୍ତ ଦୁଃଖର ବିଷୟ ହେଉଛି ଏହି ଗ୍ରାମର ଗ୍ରାମବାସୀ ଯାହାକୁ ଅଭିଯୋଗ କରିଛନ୍ତି ସେମାନେ ହେଉଛନ୍ତି ଗୋଟେ ପରିବାର । ବିଧାୟକ ଦାଶରଥି ଙ୍କ ପରିବାର ର । ଏହି ମହେନ୍ଦ୍ରଗଡ ପଞ୍ଚାୟତର ସରପଞ୍ଚ ସମିତି ଓ ବିଧାୟକ ସମସ୍ତେ ଗୋଟେ ଘରର । ପଡୋଶୀ ଗାଁର । ଏପରିକି ପଞ୍ଚାୟତ ଆରମ୍ଭ ହେବାଦିନ ଠାରୁ ଏହି ପରିବାର ଶାସନ କରି ଆସୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ମାନ୍ୟବର ଦାଶରଥି ଗମାଙ୍ଗ ମଧ୍ୟ ଦୁଇ ଦୁଇ ଥର ବ୍ଲକ୍ ଚ୍ୟାର ମେନ୍ ଥାଇ ନିଜ ଅଞ୍ଚଳର ବିକାଶ କରି ନଥିବାରୁ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ଗ୍ରାମ ବାସୀ ଦୀର୍ଘ ବର୍ଷ ଶାସନ ରେ ଥାଇ ବିଧାୟକ ନିଜ ପଡୋଶୀ ଗାଆଁ ର ବିକାଶ କରିନଥିବା ବେଳେ ବର୍ତ୍ତମାନ ପୁଣି କଂଗ୍ରେସ ଦଳର ବିଧାୟକ ଭାବେ ନିର୍ବାଚନ ଲଡୁଛନ୍ତ

Post a Comment

Previous Post Next Post