ମୋ ନିୟୁଜ ଓଡିଶା
କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେପିକୁ ମିଳୁଛି ସମର୍ଥନ। ବିଜେପି ବିଧାୟକ ପ୍ରାର୍ଥୀ ପ୍ରତାପ ନାୟକ କରୁଛନ୍ତି ମାରାଥନ୍ ପ୍ରଚାର। ଗାଁ କୁ ଗାଁ ବୁଲି ଭୋଟରଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରତାପ। କବିସୂର୍ଯ୍ୟନଗର ନିକଟସ୍ଥ ଗୁଡିଆଳି ଠାରେ ଜୋରଦାର ପ୍ରଚାର କରିଛି ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଭୋଟରମାନଙ୍କୁ ଅବଗତ କରାଇବା ସହ ନିର୍ବାଚନ ମଣ୍ଡଳୀରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ହଟାଇବାକୁ ହେଲେ ବିଜେପିକୁ ଭୋଟ୍ ଦେଇ ବିଜୟୀ କରାଇବା ପାଇଁ ଅପିଲ୍ କରିଛନ୍ତି ବିଧାୟକ ପ୍ରାର୍ଥୀ ଶ୍ରୀ ନାୟକ
ସେପଟ ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳରୁ ବିଜେପି ଫାଇଦା ଉଠାଇବା ନେଇ ବେଶ୍ ଆଶାବାଦୀ ଥିବା ବେଳେ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପିର ପଲା ସେତିକି ଭାରି ହେଉଛି। ନିର୍ବାଚନୀ ବିଗୁଲ ବାଜିଲା ପରେ ଏବେ ଧୀରେ ଧୀରେ ସରଗରମ ହେଉଛି ସରଗରମ ରାଜନୀତି ପାଣିପାଗ। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେପି ପ୍ରଚାର ଜୋରଦାର କରି ଭୋଟରଙ୍କୁ ଆକୃଷ୍ଟ କରୁଛି। ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଫେଲ ମାରିଛି କହି ପ୍ରଚାର କରୁଛି ବିଜେପି। ନିର୍ବାଚନ ମଣ୍ଡଳୀରେ ହୋଇଥିବା ବ୍ଯାପକ ଦୁର୍ନୀତି ବିରୁଦ୍ଧରେ ଲୋକେ ବିଜେପିକୁ ବହୁମତ ଦେବେ ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ପ୍ରତାପ ନାୟକ ।