( ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିରେ ସାମିଲ ହେଲେ ବହୁ ବିଜେପି କର୍ମୀ, ଗୋପାଳପୁର ନିର୍ବାଚନ ମଣ୍ଡଳୀ କେଲୁଆପଲ୍ଲୀ ଗ୍ରାମ ପଞ୍ଚାୟତର ବହୁ ବିଜେପି କର୍ମୀ ଓ ବ୍ରହ୍ମପୁର ମହାନଗର ନିଗମ ୩୭ନଂ ୱାର୍ଡର ଦୁଇଜଣ ବରିଷ୍ଠ ବିଜେପି ନେତା । ଗୋପାଳପୁର ବିଧାୟକ ପାର୍ଥୀ ବିକ୍ରମ ପଣ୍ଡାଙ୍କ ବାସଭବନରେ ବିଜେପି ଛାଡ଼ି ନୂତନ ଭାବେ ଦଳରେ ଯୋଗଦେଇଥିବା କର୍ମୀମାନଙ୍କୁ ଉପଢୌକନ ପିନ୍ଧାଇ ଦଳକୁ ସ୍ୱାଗତ କରାଯାଇଥିଲା । ଦଳରେ ସାମିଲ ହୋଇଥିବା ବିଜେପିକର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗଦାନ କରିଥିବା କହିଛନ୍ତି ।
Tags:
ରାଜନୀତି