ଲଛିପୁର ଗ୍ରାମରୁ ବାଇକ ଚୋର କୁ କାବୁ କଲା ବେଗୁନିଆପଡା ପୋଲିସ



ଗଞ୍ଜାମ  ମୋ ନିୟୁଜ ଓଡିଶା ଜିଲ୍ଲା ବେଗୁନିଆପଡା ପୋଲିସ କୁ ମିଳିଛି ଏକ ସଫଳତା । ଚୋରି ହେବାର 24 ଘଣ୍ଟା ନ ପୂରୁଣୁ ବାଇକ କୁ ଜବତ ସହ ଚୋର କୁ କାବୁ କରିଛି ପୋଲିସ। ଏହି ଥାନା ଅନ୍ତର୍ଗତ ସାଙ୍କୁଡ଼ା ପଂଚାୟତର  ଲଛିପୁର ମାଟିଆ ସାହି ରୁ ଗୁରୁବାର ରାତିରେ ଦୁଇଟି ବାଇକ OD-07 H 3600 ଓ OD- 07 AC 2871 ଚୋରି ହୋଇଯାଇଥିଲା । ଗାଡି ମାଲିକ ଥାନାରେ ଏତଲା ଦେବା ପରେ ପୋଲିସ ଟିମ ତଦନ୍ତ ସହ ଲଛିପୁର ଓଡ଼ିଆ ସାହିର ରଂଜିତକୁ ଶୁକ୍ରବାର ଦିନ ଗିରଫ କରିବା ସହ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଦୁଇଟି ସ୍ଥାନରେ ଦୁଇଟି ବାଇକ କୁ ଜବତ କରିଛି । କେଶ ନମ୍ବର 217/2024 ରେ ମାମଲା ରୁଜୁ କରି ଶନିବାର ମଧ୍ୟାହ୍ନ 12 ଘଣ୍ଟ 30 ମିନଟ ସମୟରେ ରଂଜିତ କୁ କୋର୍ଟ ଚଲାଣ କରିବା ସହ ଉଭୟ ଗାଡି ମାଲିକକୁ ନିଜ ନିଜ ର ଗାଡି ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି ।

Post a Comment

Previous Post Next Post