ସାଧାରଣ ନିର୍ବାଚନ ୨୦୨୪ ପାଇଁ ଢେଙ୍କାନାଳ ସଦର ନିର୍ବାଚନମଣ୍ଡଳୀରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ବିଶିଷ୍ଟ ସମାଜସେବୀ ଶ୍ରୀ ଭରତ କୁମାର ଦାସଙ୍କୁ ବିଧାୟକ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଅଛି।

  ମୋ ନିୟୁଜ ଓଡିଶା

 ସାଧାରଣ ନିର୍ବାଚନ ୨୦୨୪ ପାଇଁ ଢେଙ୍କାନାଳ ସଦର ନିର୍ବାଚନମଣ୍ଡଳୀରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ବିଶିଷ୍ଟ ସମାଜସେବୀ ଶ୍ରୀ ଭରତ କୁମାର ଦାସଙ୍କୁ ବିଧାୟକ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଅଛି।

ଶ୍ରୀ ଦାସ ଗତ ପାଞ୍ଚ ବର୍ଷ ପୂର୍ବରୁ ବିଜୁ ଜନତାଦଳର ଜିଲ୍ଲା ସମ୍ପାଦକ ପଦରୁ ଇସ୍ତଫା ଦେଇ ଢେଙ୍କାନାଳ ମାଟି ପାଇଁ କାମ କରି ଆସୁଛନ୍ତି। ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳୀ, ପାଣି ଓ ରୋଜଗାରର ରାଜନୀତିରେ ଅନୁପ୍ରାଣିତ ହୋଇ ଗତ ଏପ୍ରିଲ୍ ତା ୧୩/୪/୨୦୨୪ ଦିନ ରାଜ୍ଯ ପ୍ରଭାରୀ ଦିଲ୍ଲୀ କେଣ୍ଟ ବିଧାୟକ ବୀରେନ୍ଦ୍ର ସିଂ କାର୍ଦିଆନଙ୍କ ଉପସ୍ଥିତରେ ଭୁବନେଶ୍ଵର ଠାରେ ବିଧିବଦ୍ଧ ଭାବ ଦଳରେ ଯୋଗ ଦେଇଥିଲେ। ଜିଲ୍ଲାର କାର୍ଯ୍ୟକାରିଣୀ ନିଷ୍ପତ୍ତି କ୍ରମେ ଦିଲ୍ଲୀ କେନ୍ଦ୍ରୀୟ ସାଂଗଠନିକ ସମ୍ପାଦକ ଅନୁମୋଦନ କ୍ରମେ ଶ୍ରୀ ଦାସଙ୍କୁ ଦଳ ବିଧାୟକ ପ୍ରାର୍ଥୀ ରୂପେ ଘୋଷଣା କରାଯାଇଛି। ଢେଙ୍କାନାଳ ମତଦାତାଙ୍କୁ ଅନୁରୋଧ ଆସନ୍ତା ନିର୍ବାଚନରେ ଦଳର ପ୍ରାର୍ଥୀଙ୍କୁ ଝାଡୁ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ।ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ ଶ୍ରୀ ଦାସଙ୍କ ସହିତ ଜିଲ୍ଲା ସଭାପତି ଶ୍ରୀ ପଙ୍କଜ ନାୟକ, ଉପସଭାପତି ଜିତେନ୍ଦ୍ର ବେହେରା, ଯୁଗ୍ମ ସମ୍ପାଦକ ପିତାମ୍ବର ସାମନ୍ତରାୟ, ନଗର ସଭାପତି ଚିନ୍ମୟ ସେନାପତି, ସଭାନେତ୍ରୀ ରଚିତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post