ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/17/4/ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ମଙ୍ଗଳବାର ଦ୍ବତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳରେ ଅନେକ ଆଶାୟୀ ଥିବାବେଳେ ପୁଣି ଥରେ ଯୁବ ନେତା ପ୍ରଶାନ୍ତ ମଲ୍ଲିକ ନା' ରେ ମୋହର ମାରିଛି ଦଳ। ପୂର୍ବରୁ ବିଜେଡି ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ କଂଗ୍ରେସରୁ ବିଧାୟକ ଦାଶରଥି ଗମାଙ୍ଗଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ପିଜେପି ପ୍ରାର୍ଥୀ ନେଇ ସସପେନ୍ସ ଜାରି ରହିଥିଲା । ମଙ୍ଗଳବାର ବିଜେପି ପ୍ରାର୍ଥୀ ଘୋଷଣା ପରେ ସସପେନ୍ସ ଉପରୁ ପରଦା ହଟିଛି । ତିନି ରାଜନୈତିକ ଦଳର ଯୁବ ତଥା ଦକ୍ଷ ଚେହେରା ମଇଦାନକୁ ଓହ୍ଲାଇଛନ୍ତି । ୨୦୧୯ରେ ବିଜେପିରୁ ପ୍ରଶାନ୍ତ ମଲ୍ଲିକ , କଂଗ୍ରେସରୁ ଦାଶରଥି ଗମାଙ୍ଗ ଓ ବିଜେଡିରୁ ପୂଣ୍ଣବାସୀ ନାୟକ ପ୍ରତିଦ୍ବନ୍ଦିତା କରିଥିଲେ । ଏଥିରେ କଂଗ୍ରେସର ଦାଶରଥି ଗମାଙ୍ଗ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ବିଜେଡିର ପୂଣ୍ଣବାସୀ ଦ୍ବତୀୟ ଓ ବିଜେପିର ପ୍ରଶାନ୍ତ ତୃତୀୟ ସ୍ଥାନରେ ରହିଥିଲେ । ଏଥର ବିଜେପି ଓ କଂଗ୍ରେସ ପ୍ରାର୍ଥୀ ରିପିଟ କରିଥିବା ବେଳେ ବିଜେଡି ପୂଣ୍ଣବାସୀଙ୍କ ସ୍ବାମୀ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଛି ।