ମୋହନା ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ପ୍ରାର୍ଥୀ ସେମାନଙ୍କ ମନୋନୟନ ପତ୍ର ଦାଖଲ କଲେ ….



ଗଜପତି:-ମୋ ନିୟୁଜ ଓଡିଶା ୨୨/୪/୨୦୨୫/ ମୋହନା ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ପ୍ରାର୍ଥୀ ସେମାନଙ୍କ ମନୋନୟନ ପତ୍ର ଦାଖଲ କଲେ ….

ଗଜପତି ଜିଲ୍ଲାର ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମୋହନା ଏବଂ ପାରଳାଖେମୁଣ୍ଡି ପାଇଁ ଆଜି ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପାତ୍ର ଦାଖଲର ତୃତୀୟ ଦିବସରେ ଜଣେ ଲେଖାଏଁ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି ।

ମୋହନା ସଂରକ୍ଷିତ ଆସନ ପାଇଁ ମୋଜେସ ଦଳବେହେରା ତାଙ୍କ ସମର୍ଥକ ମାନଙ୍କ ଗହଣରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ରିଟର୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାସଙ୍କ ଠାରେ ସ୍ଵାଧୀନ ପ୍ରାର୍ଥୀ ଭାବେ ତାଙ୍କର ମନୋନୟନ ପତ୍ର ଦାଖଲ କରିଥିଲେ ।

ସେହିଭଳି ପାରଲାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ସାମ୍ବାଦିକ ଆମୋଦ ବର୍ଦ୍ଧନ ତାଙ୍କ ଶତାଧିକ ସମର୍ଥକ ମାନଙ୍କ ଗହଣରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରିଟର୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ଶ୍ରୀ ଅନୁପ କୁମାର ପଣ୍ଡାଙ୍କ ଠାରେ ସ୍ଵାଧୀନ ପ୍ରାର୍ଥୀ ଭାବେ ତାଙ୍କର ମନୋନୟନ ପତ୍ର ଦାଖଲ କରିଥିଲେ ।

ଦୁଇ ସ୍ଵାଧୀନ ପ୍ରାର୍ଥ ସେମାନଙ୍କ ପ୍ରତିକ୍ରିୟା ରଖି କହିଥିଲେ ଯେ , ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ମୌଳିକ ସମସ୍ୟା ଭରି ରହିଛି । ଆଜି ପର୍ଯ୍ୟନ୍ତ ପାନୀୟ ଜଳ , ରାସ୍ତାଘାଟ , ସ୍ୱାସ୍ଥ୍ୟ ସେବା , ବିଦ୍ୟୁତ୍ ଭଳି ସମସ୍ୟା ଭାରି ରହିଛି । ସେ ସବୁର ସମାଧାନ ହେବାକୁ ହେଲେ ଯୁବ ପ୍ରତିନିଧି ହିଁ ସମସ୍ୟା ଦୂର କରିପାରିବ । ଏହି ଯୋଗୁଁ ଭୋଟର ମାନଙ୍କ ପସନ୍ଦ ହୋଇ ଆମେ ନିଶ୍ଚୟ ବିଜୟ ଲାଭ କରିବୁ ବୋଲି କହିଛନ୍ତି ।

Post a Comment

Previous Post Next Post