ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ରାମନବମୀ ଉତ୍ସବ ପାଳିତ



ମୋ ନିୟୁଜ ଓଡିଶା ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପାର୍ଶ୍ୱରେ ଥିବା ରାମଙ୍କ ମନ୍ଦିରରେ ରାମନବମୀ ଉତ୍ସବ ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲ ତୁଳସୀ ହାର ତଥା ରୂପା ଅଳଙ୍କାରରେ ସଜ୍ଜିତ କରାଯାଇଥିଲା। ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ୧୦ଟା ବେଳେ ଖେଚେଡ଼ି ଭୋଗ ମଧ୍ୟାହ୍ନ ସମୟରେ ରାମ ଅଭିଷେକ, ଅର୍ନ ଧୂପ, ସନ୍ଧ୍ୟା ରେ ଆଳତି ଓ ରାତ୍ରୀରେ ରାତ୍ରଧୂପ ପରେ ପହଡ ପଡ଼ିବ। ପୂଜକ ଶ୍ରୀବତ୍ସ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ରାମନବମୀ ଉତ୍ସବ ପାଳନ କରାଯାଇଥିଲା

Post a Comment

Previous Post Next Post