ଢେଙ୍କାନାଳ, ମୋ ନିୟୁଜ ଓଡିଶା ୨୩/୪: ଜୁବୁଲି ଟାଉନ୍ ସ୍ଥିତ ଶାନ୍ତିଲତା ନଗର ଠାରେ ମା' ତାରିଣୀ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠାତା ଉତ୍ସବ ଓ ପୂର୍ଣାହୁତ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା, ଚଣ୍ଡୀପାଠ, ସପ୍ତଚଣ୍ଡୀ ଆହୁତି, ବିଭିନ୍ନ ପ୍ରକାର ଭୋଗରାଗ ଏବଂ ପଣାଲୋଗ ଲାଗି କରାଯାଇଥିଲା । ମା'ଙ୍କର ବିଗ୍ରୟ ପ୍ରତିଷ୍ଠା କରାଯାଇ ଷୋଡଶ ଉପଚାର ପୂଜା କରାଯାଇଥିଲା । ମଧ୍ୟାହ୍ନରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ମନ୍ଦିରର ମୁଖ୍ୟ ନାମରନ୍ ପଣ୍ଡା ଓ ସବିତା ପଣ୍ଡା, କର୍ତା ଦେବୀ ପ୍ରସାଦ ମହାପାତ୍ର କର୍ତୀ ନର୍ମଦା ମହାପାତ୍ର, ପୂଜକ କଢି ରୁଦ୍ରନାରାୟଣ କବି ସତପଥ୍ ଓ ତାଙ୍କ ସାଥ୍ମାନେ ପୂଜା କାର୍ଯ୍ୟକୁ ସୁଚାରୁ ରୂପେ ପାଳନ କରିଥିଲେ । ରଶ୍ମି ରଞ୍ଜନ ପଣ୍ଡା, ବର୍ଣଲକ୍ଷ୍ମୀ ପଣ୍ଡା, ଜୁଲି ପାଲ୍, ସୁଜାତା ପଣ୍ଡା, ସୁଭଶ୍ରୀ ପଣ୍ଡା, ପ୍ରିୟଦର୍ଶନୀ ପଣ୍ଡା, ସାସତୀ ପାଣି, ସଞ୍ଜୁବାଳା ପଣ୍ଡା, ନିଳୀମା ରଥ, ଇତିଶ୍ରୀ ପଣ୍ଡା, ସୁହାନୀ ମିଶ୍ର ଓ ବିକାଶ ମିଶ୍ର ଉପସ୍ଥିତିରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।
Tags:
ମୁଖ୍ୟ ଖବର