ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାରିତୋଷିକ, ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର; ସରପଞ୍ଚଙ୍କୁ ମାସିକ ମିଳିବ ଏତିକି ଟଙ୍କା


ଭୁବନେଶ୍ବର: ରାଜ୍ୟ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ପ୍ରତିନିଧିମାନଙ୍କ ପାରିତୋଷିକ, ଭତ୍ତା ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ସରପଞ୍ଚମାନଙ୍କୁ ପୂର୍ବରୁ ମାସିକ ପୂର୍ବରୁ ୨୩୫୦ ଟଙ୍କା ମିଳୁଥିଲା ବେଳେ ଏବେ ସେମାନେ ୧୦ ହଜାର ଟଙ୍କା ମିଳିବ। ନାଏବ ସରପଞ୍ଚମାନେ ୯୪୦ ଟଙ୍କା ବଦଳରେ ୪ ହଜାର ଟଙ୍କା ପାଇବେ। ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରଙ୍କ ଦୈନିକ ଭତ୍ତା ୪୮୦ ଟଙ୍କାକୁ ବୃଦ୍ଧି ହୋଇଛି।ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଏଣିକି ଗ୍ରାମପଞ୍ଚାୟତର ସରପଞ୍ଚମାନେ ମାସିକ ୧୦ ହଜାର ଟଙ୍କା ପାଇବେ। ରାଜ୍ୟ ସରକାର ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି କରିଛନ୍ତି। ଜିଲ୍ଲା ପରିଷଦ ସଭାପତିଙ୍କୁ ଏଣିକି ମାସିକ ୩୦ ହଜାର ଟଙ୍କା ମିଳିବ। ସେହିପରି ଜିଲ୍ଲା ପରିଷଦ ଉପସଭାପତି ମାସିକ ୨୦ ହଜାର ଟଙ୍କା ପାଇବେ। ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ମାସକୁ ୧୫ ହଜାର ଟଙ୍କା ପାଇବେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଓ ସମିତି ସଭ୍ୟମାନଙ୍କୁ ୭୫୦୦ ଟଙ୍କା ମିଳିବ।


Post a Comment

Previous Post Next Post