ଲସ୍ ଏଞ୍ଜେଲେସ୍: ବିଶ୍ବର ଚଳଚ୍ଚିତ୍ର ଜଗତର ସର୍ବାଧିକ ସମ୍ମାନଜନକ ପୁରସ୍କାର ଓସ୍କାର ଉତ୍ସବରେ ଖ୍ରୀଷ୍ଟୋଫର ନୋଲାନ୍ଙ୍କ ‘ଓପେନ୍ହାଇମର’ ନିଜର ଆଧିପତ୍ୟ ବିସ୍ତାର କରିଛି। ଆଣବିକ ବୋମାର ପିତା ଭାବେ ପରିଚିତ ପଦାର୍ଥ ବିଜ୍ଞାନୀ ଜେ ରବର୍ଟ ଓପେନ୍ହାଇମରଙ୍କ ଜୀବନ ଉପରେ ଆଧାରିତ ଏହି ଚଳିଚ୍ଚିତ୍ରକୁ ୯୬ତମ ଏକାଡେମୀ ଆୱାର୍ଡରେ ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା ସମେତ ୭ଟି ଆୱାର୍ଡ ହାସଲ କରିଛି। ଏକାଡେମୀର ୧୩ଟି ବିଭାଗ ନିମନ୍ତେ ଓପେନହାଇମର ଚଳଚ୍ଚିତ୍ରକୁ ମନୋନୀତ କରାଯାଇଥିଲା। ଏହା ମଧ୍ୟରୁ ୭ଟି ବିଭାଗରେ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଛି।ଚଳଚ୍ଚିତ୍ରର ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ନୋଲାନ୍ଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ପ୍ରମୁଖ ଅଭିନେତା ସିଲିଆନ୍ ମର୍ଫିଙ୍କୁ ଶ୍ରେଷ୍ଠ ଅଭିନେତା, ସହ ଅଭିନେତା ରବର୍ଟ ଡାଉନି ଜୁନିଅରଙ୍କୁ ଶ୍ରେଷ୍ଠ ସହ ଅଭିନେତା ଭାବେ ମନୋନୀତ କରାଯାଇଛି। ଏହା ସହ ଶ୍ରେଷ୍ଠ ସଂଗୀତ, ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ସମ୍ପାଦନା ଓ ଶ୍ରେଷ୍ଠ ସିନେମାଟୋଗ୍ରାଫି ବିଭାଗରେ ମଧ୍ୟ ଚଳଚ୍ଚିତ୍ରକୁ ପୁରସ୍କାର ପ୍ରଦାନ କରାଯାଇଛି। ପୁଅର ଥିଙ୍ଗ୍ସର ଅଭିନ୍ରେତୀ ଇମା ଷ୍ଟୋନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଅଭିନେତା ସିଲିଆନ୍ ମର୍ଫି ପଦାର୍ଥ ବିଜ୍ଞାନୀ ଓପେନ୍ହାଇମର ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ପ୍ରତିପକ୍ଷ ବୈଜ୍ଞାନିକ ଲିୱିସ୍ ଷ୍ଟ୍ରାଉସ୍ ଭୂମିକାରେ ରବର୍ଟ ଡାଉନି ଜୁନିଅର ଅଭିନୟ କରିଥିଲେ।
Tags:
ମନୋରଞ୍ଜନ