ମୁମ୍ବାଇ: ପ୍ରସିଦ୍ଧ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ ରେ ରଣବୀର କପୁର ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ ଏବଂ ସାଇ ପଲ୍ଲବୀ ମାତା ସୀତା ଭୂମିକାରେ ନଜର ଆସିବେ। ଏନେଇ ଛୋଟ ପରଦାରେ ରାମଚନ୍ଦ୍ରଙ୍କ ଭୂମିକା ନିଭାଇଥିବା ଚର୍ଚ୍ଚିତ ଅଭିନେତା ଅରୁଣ ଗୋଭିଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ମୁଁ ନିଶ୍ଚିତ ଯେ ସେ ତାଙ୍କ ସ୍ତରରେ ସର୍ବୋତ୍ତମ ଅଭିନୟ କରିବାକୁ ଚେଷ୍ଟା କରିବେ। ଭଗବାନଙ୍କ ରାମଙ୍କ ଭୂମିକାରେ ଅଭିନେତା ରଣବୀର କପୁରଙ୍କୁ ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ ବହୁତ କ୍ରେଜ ଥାଇପାରେ। କିନ୍ତୁ ରଣବୀରଙ୍କ ଅଭିନୟ ଦର୍ଶକଙ୍କ ଦ୍ବାରା କେତେ ଗ୍ରହଣୀୟ ହେବ, ତାହା ଏବେଠୁ କହିବା ସମ୍ଭବପର ନୁହେଁ। ତାହା ସମୟ କହିବ।
ସୂଚନାଯୋଗ୍ୟ, ବଲିଉଡ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ର ରାମାୟଣକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି | ଫିଲ୍ମର କାଷ୍ଟିଂକୁ ନେଇ ଅନେକ ତାରକାଙ୍କ ନାମ ପ୍ରକାଶ ପାଇଛି। ଶ୍ରୀ ରାମଙ୍କ ଭୂମିକା ପାଇଁ ରଣବୀର କପୁର ଏବଂ ଏହି ସିନେମାରେ ମାତା ସୀତାଙ୍କ ଭୂମିକା ପାଇଁ ସାଇ ପଲ୍ଲବୀ ଚୂଡ଼ାନ୍ତ ହୋଇଛନ୍ତି। ସେହିପରି ହନୁମାନ ଭୂମିକାରେ ସନ୍ନି ଦେଓଲ, ଲାରା ଦତ୍ତ କୈକେୟୀ ଏବଂ ଯଶଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ। ଏଥି ସହିତ, ନିକଟରେ ନିର୍ମାତାମାନେ ବିଭୀଷଣ ଭୂମିକା ପାଇଁ ବିଜୟ ସେଥୁପତିଙ୍କ ସହ କଥା ହେଉଛନ୍ତି। ଏଣେ ଫିଲ୍ମ ପାଇଁ ଅଭିନେତ୍ରୀ ରାକୁଲପ୍ରୀତ ସିଂଙ୍କ ସହ ମଧ୍ୟ ନିର୍ମାତାମାନେ କଥା ହୋଇଛନ୍ତି। ତାଙ୍କୁ ସୁପର୍ଣଖା ଭୂମିକାରେ ନିଆଯିବାର ସୂଚନା ମିଳିଛି।
Tags:
ମନୋରଞ୍ଜନ