ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କ ନାତୁଣୀ ଜାନାଇ ଭୋସଲେ ବଲିଉଡରେ ଡେବ୍ୟୁ କରୁଛନ୍ତି। ଏନେଇ ଆଶା ଭୋସଲେ ତାଙ୍କ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ଆଶା ଭୋସଲେ ଲେଖିଛନ୍ତି, ‘ମୋର ସୁନ୍ଦରୀ ନାତୁଣୀ ଜାନାଇ ଭୋସଲେ ଛତ୍ରପତି ଶିବାଜୀଙ୍କ ଜୀବନୀ ଆଧାରିତ ସିନେମା‘ଦି ପ୍ରାଇଡ ଅଫ୍ ଆରତ ଛତ୍ରପତି ଶିବାଜୀ ମହାରାଜ’ ଜରିଆରେ ସିନେମା ଜଗତରେ ଯୋଗଦେବା ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ମୁଁ ଆନ୍ତରିକତାର ସହ ଆଶା କରୁଛି ଯେ ସେ ସିନେମା ଇତିହାସରେ ସେ ନିର୍ଦ୍ଦିଷ୍ଟ ସ୍ଥାନ ଅକ୍ତିଆର କରିବେ ଏବଂ ଏହାର ମେକର୍ ସନ୍ଦୀପ ସିଂହଙ୍କୁ ଶୁଭେଚ୍ଛା ଜଣାଉଛି।ଆଶା ଭୋସଲେଙ୍କ ପୋଷ୍ଟ ଅନୁଯାୟୀ ତାଙ୍କ ନାତୁଣୀ ଜାନାଇ ଛତ୍ରପତି ଶିବାଜୀ ମହାରାଜଙ୍କ ପତ୍ନୀ ରାନୀ ସାଇ ଭୋନସଲେଙ୍କ ଭୂମିକାରେ ନଜର ଆସିବେ। ଆଗାମୀ ସିନେମା ‘ ଦି ପ୍ରାଇଡ୍ ଅଫ୍ ଭରତ – ଛତ୍ରପତି ଶିବାଜୀ ମହାରାଜ’ ତାଙ୍କୁ ଏଭଳି ଭୂମିକା ମିଳିଛି।
ଏହି ଚଳଚ୍ଚିତ୍ରରେ ଜାନାଇଙ୍କୁ କାଷ୍ଟିଂ କରି ଖୁସି ବ୍ୟକ୍ତ କରି ଚଳଚ୍ଚିତ୍ର ନିର୍ମାତା ସନ୍ଦୀପ ସିଂହ କହିଛନ୍ତି ଯେ, ଛତ୍ରପତି ଶିବାଜୀ ମହାରାଜଙ୍କ ପରିବାରର ବଂଶଧର ତଥା ଜାନାଇ ଙ୍କୁ ଫିଲ୍ମରେ ସୁଯୋଗ ଦେଇ ମୁଁ ନିଜକୁ ଅତ୍ୟନ୍ତ ଗୌରବାନ୍ୱିତ ଏବଂ ଭାଗ୍ୟବାନ ମନେ କରୁଛି। ସ୍ୱର୍ଗତ ଲତା ମଙ୍ଗେସକରଜୀ ତାଙ୍କର ମାଉସୀ ଏବଂ ଆଶା ଭୋସଲେଜୀଙ୍କ ସେ ନାତୁଣୀ। ସେ ଜଣେ ପ୍ରତିଭାସଂପନ୍ନ ନୃତ୍ୟଶିଳ୍ପୀ ଏବଂ ଜଣେ ଦକ୍ଷ ଅଭିନେତ୍ରୀ ବୋଲି ଖୁବ୍ କମ୍ ଲୋକ ଜାଣନ୍ତି। ସେ ରାଣୀ ସାଇ ବାଇଙ୍କ ଚରିତ୍ରକୁ ସମ୍ପୂର୍ଣ୍ଣ ନ୍ୟାୟ ଦେବେ ବୋଲି ମୋର ବିଶ୍ବାସ।
Tags:
ମନୋରଞ୍ଜନ