ଗଂଜାମ,ଧରାକୋଟ,ସାବା (ରିପୋର୍ଟ–ଶଙ୍କର ପାଣିଗ୍ରାହୀ) ୦୨/୧୦/୨୦୨୬:ଧରାକୋଟ ପ୍ରେସ କ୍ଲବ ର ନୂତନ କର୍ମକର୍ତ୍ତା ଚୟନ ନେଇ ଧରାକୋଟ ନିକଟସ୍ଥ ପୁଟୁ ଗ୍ରାମର ପ୍ରସିଦ୍ଧ ଶୈବପୀଠ ମୁକ୍ତେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। କ୍ଲବ ର ସଭାପତି ବିଷ୍ଣୁକେଶରୀ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଧରାକୋଟ ପ୍ରେସ କ୍ଲବର ନୂତନ କାର୍ଯ୍ୟକର୍ତ୍ତା ଚୟନ ଏବଂ କ୍ଲବର ନିୟମାବଳୀ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା।ସମସ୍ତ ସଦସ୍ୟଙ୍କ ସହମତିକ୍ରମେ ଧରାକୋଟ ପ୍ରେସ କ୍ଲବର ଏକ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ଏଥିରେ ସଭାପତି ଭାବେ ଗିରିଜା ପ୍ରସାଦ ରଥ, ଉପସଭାପତି ଭାବେ ରୁଦ୍ରନାରାୟଣ ପଣ୍ଡା, ସମ୍ପାଦକ ଭାବେ କାଳୁଚରଣ ମହାପାତ୍ର, ସହସମ୍ପାଦକ ଭାବେ ଶଙ୍କର ପାଣିଗ୍ରାହୀ ଏବଂ କୋଷାଧ୍ୟକ୍ଷ ଭାବେ ସଞ୍ଜିତ କୁମାର ସ୍ୱାଇଁଙ୍କୁ ଚୟନ କରାଯାଇଛି।ସେହିପରି କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସଞ୍ଜୟ କୁମାର ପଣ୍ଡା, ଶିଶିର କୁମାର ମହାନ୍ତି, ପଞ୍ଚାନନ ପାତ୍ର, ରବିନନ୍ଦନ ପ୍ରଧାନ ଏବଂ ଶିବାଜୀ ଗଣେଶ ପଣ୍ଡାଙ୍କୁ ଚୟନ କରାଯାଇଛି।ବୈଠକରେ ଶ୍ରୀକାନ୍ତ ସାବତ, ଅଶେଷ ପାତ୍ର, ବିଶ୍ୱାସ ପାତ୍ରଙ୍କ ସମେତ ପ୍ରେସ କ୍ଲବର ସମସ୍ତ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପୂର୍ଣ୍ଣ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା

