ଧରାକୋଟରେ ‘ଭଏସ୍ ଅଫ୍ ମିଡିଆ’ର ନୂଆ ଅଧ୍ୟାୟ ଆରମ୍ଭ

 


ଗଂଜାମ,ଧରାକୋଟ (ରିପୋର୍ଟ–ଶଙ୍କର ପାଣିଗ୍ରାହୀ) ୦୨/୧୦/୨୦୨୬: ଧରାକୋଟ ନିକଟସ୍ଥ ପୁଟୁସ୍ଥିତ ପ୍ରସିଦ୍ଧ ଶୈବପୀଠ ମୁକ୍ତେଶ୍ୱର ମନ୍ଦିର ପରିସରରେ ଭଏସ୍ ଅଫ୍ ମିଡିଆର ଧରାକୋଟ ବ୍ଲକ ୟୁନିଟ ଗଠନ ହୋଇଛି। ଏହି ଅବସରରେ ସାମ୍ବାଦିକମାନଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ କଲ୍ୟାଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।କାର୍ଯ୍ୟକ୍ରମରେ ଭଏସ୍ ଅଫ୍ ମିଡିଆର ରାଜ୍ୟ ସଭାପତି ଡକ୍ଟର ପ୍ରଭାତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟ ଉପସଭାପତି ଅଜିତ କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲା ସହସମ୍ପାଦକ ନୃସିଂହ ଚରଣ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୀଚରଣ ବ୍ରହ୍ମା ଓ ତ୍ରିଲୋଚନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ବୈଠକରେ ଧରାକୋଟ ବ୍ଲକ ପାଇଁ ନୂତନ କମିଟି ଘୋଷଣା କରାଯାଇଥିଲା। ହୃଦାନନ୍ଦ ଜେନାଙ୍କୁ ସଭାପତି, ଅଶେଷ ପାତ୍ରଙ୍କୁ ଉପସଭାପତି, କାଳୁଚରଣ ମହାପାତ୍ରଙ୍କୁ ସମ୍ପାଦକ, ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ସହସମ୍ପାଦକ ଏବଂ ଶଙ୍କର ପାଣିଗ୍ରାହୀଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଗିରିଜା ପ୍ରସାଦ ରଥ ଓ ରୁଦ୍ର ନାରାୟଣ ପଣ୍ଡାଙ୍କୁ ଉପଦେଷ୍ଟା ଭାବେ ଦାୟିତ୍ୱ ଦିଆଯାଇଛି।ବୈଠକରେ ରାଜ୍ୟ ସଭାପତି ଡକ୍ଟର ପ୍ରଭାତ କୁମାର ମିଶ୍ର ସଂଗଠନ ପକ୍ଷରୁ ସାମ୍ବାଦିକମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ। ସାମ୍ବାଦିକଙ୍କ ସୁରକ୍ଷା, ବୀମା, ସେମାନଙ୍କ ପିଲାମାନଙ୍କ ପାଇଁ ପାଠ୍ୟ ଉପକରଣ, ୬୦ ବର୍ଷ ପରେ ସାମ୍ବାଦିକ ଭତ୍ତା ସମେତ ବିଭିନ୍ନ ପ୍ରସଙ୍ଗରେ ସେ ଆଲୋଚନା କରିଥିଲେ।ବୈଠକରେ ବଳରାମ ସାହୁ, ଶ୍ରୀକାନ୍ତ ସାବତ, ପଞ୍ଚୁ ନାରାୟଣ ପାତ୍ର, ସଞ୍ଜୀବ ପଣ୍ଡା, ବିଶ୍ୱାସ ପାତ୍ର, ସଞ୍ଜିତ ସ୍ୱାଇଁ, ଶିଶିର ମହାନ୍ତି ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।ଅନ୍ୟପକ୍ଷରେ, ତାଳପାଟଣାଠାରେ ଭଏସ୍ ଅଫ୍ ମିଡିଆର ନୂତନ କାର୍ଯ୍ୟାଳୟକୁ ରାଜ୍ୟ ସଭାପତି ଡକ୍ଟର ପ୍ରଭାତ କୁମାର ମିଶ୍ର ଉଦ୍ଘାଟନ କରିଥିଲେ। ନୂତନ ବ୍ଲକ ୟୁନିଟ ଗଠନ ଓ କାର୍ଯ୍ୟାଳୟ ଉଦ୍ଘାଟନକୁ ନେଇ ସ୍ଥାନୀୟ ସାମ୍ବାଦିକମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

              ମୋ ନିଯୁଜୁ ଓଡିଶା

Post a Comment

Previous Post Next Post